29.1 C
Bhubaneswar
Sunday, May 5, 2024
Homeଓଡିଶାମୃତ ଝିଅ ଜିଇ ଉଠିବ ବୋଲି ସମୁଦ୍ରରେ ଭସେଇ ଦେଲେ ପରିବାର ଲୋକେ

ମୃତ ଝିଅ ଜିଇ ଉଠିବ ବୋଲି ସମୁଦ୍ରରେ ଭସେଇ ଦେଲେ ପରିବାର ଲୋକେ

କେନ୍ଦ୍ରାପଡ଼ା : ଗୋଟେପଟେ ଚନ୍ଦ୍ରପୁଷ୍ଠରେ ମଣିଷ ବସବାସ କରିବା ପାଇଁ ଜାଗା କିଣିବା ବେଳେ ପୂର୍ବପୁରୁଷଙ୍କ ଦ୍ୱାରା ଚଳି ଆସୁଥିବା ପୁରାତନ ପରମ୍ପରା ଆଜି ବି ଜାବୁଡି ଧରିଛି ଆଧୁନିକ ମଣିଷ । ବିଜ୍ଞାନର ଅଗ୍ରଗତି ପରେ ବି ଅନ୍ଧବିଶ୍ୱାସକୁ ଛାଡ଼ି ପାରିନାହିଁ । ଏହି ବିଶ୍ୱାସ ଏମିତି କବଳିତ କରିଦିଏଯେ ନିଜ ଲୋକଙ୍କ ଜୀବନ ଦାଉରେ ଲଗେଇବାକୁ ବି ପଛାଏ ନାହିଁ । ଏମିତି ହିଁ ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ । ଜମ୍ବୁସାମୁଦ୍ରୀ ଥାନା ଅନ୍ତର୍ଗତ ଖରନାସୀ ଗ୍ରାମର ବାସିନ୍ଦା ମାଆ ବାପାଙ୍କର ଅଲିଅଳି ଝିଅ ତଥା ଚତୁର୍ଥଶ୍ରେଣୀର ଛାତ୍ରୀ ପ୍ରୀୟାଙ୍କର ବିଷଧର ସାପକାମୁଡାରେ ମୃତ୍ୟୁ ହୋଇଥିଲା । କିନ୍ତୁ ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ଝିଅର ଜୀବନ ଫେରିପାଇବା ଆଶାରେ ମୃତଶରୀରକୁ ସମୁଦ୍ରରେ ଭସାଇ ଦେଇଛନ୍ତି ପରିବାର ଲୋକେ । ଗ୍ରାମର ଶ୍ରୀ ଧାମଦାସଙ୍କ ପତ୍ନୀ ଅନୁପମା ଦାସଙ୍କର କନ୍ୟା ପ୍ରୀୟାଙ୍କୁ ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିବାରୁ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନେବାବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ଲୋତକଭରା ଆଖିରେ ଶୋକାକୂଳ ପରିବେଶ ଭିତରେ ପୁର୍ନଜନ୍ମ ପାଇଁ ବଙ୍ଗୋପସାଗରର ଜଳରାଶିରେ ସୁସଜ୍ଜିତ କଦଳୀଭେଳାରେ ବିଧିପରମ୍ପରା ଅନୁଯାୟୀ ନୂଆବସ୍ତ୍ର, ସିନ୍ଦୁର ଓ ଚନ୍ଦନ ଲଗାଇ ମାମନସା ଦେବୀଙ୍କୁ ସ୍ମରଣ କରି ଝିଅ ମୃତ୍ୟୁମୁଖରୁ ଫେରିଆସିବା ଆଶାରେ ଏକ ହୁଲିଡଙ୍ଗା ସାହାଯ୍ୟରେ କଦଳୀଭେଳାରେ ଗ୍ରାମନିକଟ ଗଳିଆ ନଦୀପାର କରି ପ୍ରାୟ ୨ କିଲୋମିଟର ଦୂର ସମୁଦ୍ରର ମାଦେଳୀ ମୁହାଁଣ ନିକଟରେ ଭସାଇଦେଇଥିବା ଦେଖିବାକୁ ମିଳିଛି । ବିଶ୍ୱାସଥାଉକି ବଙ୍ଗବାସୀ ମାନେ ସର୍ପାଘାତରୁ ମୁକ୍ତିପାଇବାକୁ ଏହି ଅଞ୍ଚଳରେ ମା’ ମନସାଙ୍କ ପୂଜାର୍ଚ୍ଚନା କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଲକ୍ଷ୍ମୀଧର ଦେହୁଲଙ୍କୁ ସର୍ପାଘାତ ହୋଇଥିଲା । ତାଙ୍କ ପତ୍ନୀ ସ୍ୱାମୀର ଜୀବନ ବଁଚାଇବା ପାଇଁ ମାମନସାଙ୍କ ନିକଟରେ କଦଳୀ ଭେଳାରେ ମୃତଦେହ ରଖି ପାଣିରେ ଭସାଇବା ପରେ ଲକ୍ଷ୍ମୀଧର ପୁର୍ନଜନ୍ମ ପାଇ ଫେରି ଆସିଥିଲେ । ସେହି ପ୍ରଥା ଅନୁଯାୟୀ ମହାକାଳପଡା ଅଞ୍ଚଳର ବଙ୍ଗଭାସୀମାନେ ଆଜି ବି ବିଭିନ୍ନ ସ୍ଥାନ ମାନଙ୍କରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ତେବେ ଏଠାରେ ପ୍ରଶ୍ନଉଠେ ସତରେ କଣ ମୃତମଣିଷଙ୍କୁ ଗଭୀର ସମୁଦ୍ରରେ ଭସାଇ ଦେଲେ ଜୀବନ ଫେରିପାଆନ୍ତି । ସତରେ ମୃତ ବ୍ୟକ୍ତି ଜୀବନ୍ତ ହୋଇଉଠନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking