27.1 C
Bhubaneswar
Thursday, April 25, 2024
Homeଓଡିଶାବାତ୍ୟାର ରୂପ ନେଲା ଗଭୀର ଅବପାତ

ବାତ୍ୟାର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇଛି ଗଭୀର ଅବପାତ । ସମୁଦ୍ରରେ ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଗୁଲାବ’ । ସୂଚନା ମୁତାବକ, ଏବେ ଗୋପାଳପୁର ଠାରୁ ୩୭୦ କିମି ଦୂରରେ ‘ଗୁଲାବ’ ରହିଛି । ଆନ୍ଧ୍ରର କଳିଙ୍ଗପଟନମ ଠାରୁ ୪୪୦ କିମି ଦୂରରେ ‘ଗୁଲାବ’ ରହିଛି । ଆସନ୍ତାକାଲି ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ ଏହି ବାତ୍ୟା । ଗୋପାଳପୁର ଓ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ ।

ବାତ୍ୟା ପ୍ରଭାବରେ ଓଡିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୮ ଜିଲ୍ଲା-ଗଞ୍ଜାମ, ନୟାଗଡ, କଟକ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । NDRF ଏବଂ ଓଡ୍ରାଫ୍‌ ଟିମ ମଧ୍ୟ ସଜାଗ ରହିଛନ୍ତି । ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ ।

ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଶନିବାର ସକାଳେ ଗଭୀର ଅବପତ ରୂପ ନେଇ ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking