29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜିଠୁ ଦୂରଦର୍ଶନରେ ‘ରାମାୟଣ’

ଆଜିଠୁ ଦୂରଦର୍ଶନରେ ‘ରାମାୟଣ’

ନୂଆଦିଲ୍ଲୀ : କରୋନା ଯୋଗୁ ସାରା ଦେଶ ଲକ୍ ଡାଉନ୍ ହୋଇଥିବାବେଳେ ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ଅଶୀଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ପୁଣିଥରେ ପ୍ରସାରିତ ହେବ। ଆଜି ଠାରୁ ଏହି ଧାରାବାହିକ ଗୋଟିଏ ଏପିସୋଡ୍ ସକାଳ ୯ ରୁ ୧୦ ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବାବେଳେ ଆଉଏକ ଏପିସୋଡ୍ ସନ୍ଧ୍ୟା ୯ ରୁ ୧୦ ପର୍ଯ୍ୟନ୍ତ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରଣ କରାଯିବ। ଗୋଟିଏ ଦିନରେ ଦୁଇଥର ଏହି ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ଦର୍ଶକ ଦେଖିବାକୁ ପାଇବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦ୍‌କର ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୌରାଣିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଧାରାବାହିକ ଲକ୍ ଡାଉନ୍ ସମୟରେ ପ୍ରସାରିତ କରିବାକୁ ବହୁ ଦର୍ଶକ ଦାବି କରିଥିଲେ। ସେମାନଙ୍କ ଦାବିକୁ ଗ୍ରହଣ କରି ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking