30.1 C
Bhubaneswar
Monday, May 6, 2024
Homeଖେଳମାଦ୍ରିଦ୍ ଓପନ୍ ତୃତୀୟ ରାଉଣ୍ଡ୍‌ରେ ଜୋକୋଭିଚ୍

ମାଦ୍ରିଦ୍ ଓପନ୍ ତୃତୀୟ ରାଉଣ୍ଡ୍‌ରେ ଜୋକୋଭିଚ୍

ମାଦ୍ରିଦ୍ : ଗେଲ୍ ମୋନଫିଲ୍ସଙ୍କୁ ସିଧା ସେଟ୍‌ରେ ହରାଇ ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ମାଦ୍ରିଦ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଏହି ରାଉଣ୍ଡ୍‌ରେ ତାଙ୍କ ମୁକାବିଲା ଆଣ୍ଡି ମରେଙ୍କ ସହ ହେବ । ଦ୍ୱିତୀୟ ରାଉଣ୍ଡ୍‌ରେ ଜୋକୋଭିଚ୍ ୬-୩, ୬-୨ ସେଟ୍‌ରେ ମୋନଫିଲ୍ସଙ୍କୁ ହରାଇଥିଲେ । ସର୍ବିୟା ଖେଳାଳି ୫ ବ୍ରେକ୍ ପଏଣ୍ଟ୍ ବଞ୍ଚାଇଥିବା ବେଳେ ୩ ଥର ଫ୍ରାନ୍ସ ଖେଳାଳି ମୋନଫିଲ୍ସଙ୍କ ସର୍ଭିସ୍ ବ୍ରେକ୍ କରିଥିଲେ । ଏହାକୁ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ଭାବେ ଦେଖୁଛନ୍ତି ବୋଲି ମ୍ୟାଚ୍ ପରେ ଶୀର୍ଷ ମାନ୍ୟତ୍ୟାପ୍ରାପ୍ତ ଜୋକୋଭିଚ୍ କହିଥିଲେ । ତାଙ୍କ କୋର୍ଟରେ ଭଲ ଲାଗିବା ସହ ଏହା ଉନ୍ନତ ପ୍ରଦର୍ଶନ ଥିଲା ବୋଲି ସେ କହିଥିଲେ। ମାଦ୍ରିଦ୍‌ରେ ତିନିଥରର ବିଜେତା ଜୋକୋଭିଚ୍‌ଙ୍କ ମୁକାବିଲା ଦୁଇଥରର ଚାମ୍ପିଅନ୍ ମରେଙ୍କ ସହ ହେବ ।

ମରେ ଦ୍ୱିତୀୟ ରାଉଣ୍ଡ୍‌ରେ ଡେନିସ୍ ଶାପୋଭାଲୋଭ୍‌ଙ୍କୁ ୬-୧, ୩-୬, ୬-୨ରେ ହରାଇ ଦେଇଥିଲେ । ସ୍ପେନ୍‌ର କାର୍ଲୋସ୍ ଅଲ୍‌କାରାଜ୍ ନିଜର ଉନ୍ନତ ପ୍ରଦର୍ଶନ ଜାରି ରଖି ନିକୋଲାସ୍ ବାସିଲଶାଭିଲ୍‌ଙ୍କୁ ୬-୫, ୭-୫ରେ ହରାଇ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ରୁଷ୍‌ର ଆନ୍ଦ୍ରେ ରୁବ୍‌ଲେଭ୍ ବ୍ରିଟେନ୍‌ର ୨୦ ବର୍ଷୀୟ ଜ୍ୟାକ୍ ଡ୍ରେପର୍‌ଙ୍କୁ ୨-୬, ୬-୪, ୭-୫ରେ ହରାଇଥିଲେ । ସେହିପରି ମାରିନ୍ ସିଲିଚ୍ ୬-୩, ୩-୬, ୬-୪ରେ ଆଲ୍‌ବର୍ଟ ରାମୋସ୍ ଭିନୋଲସ୍‌ଙ୍କୁ ହରାଇଥିବା ବେଳେ ଆମେରିକାର ଫ୍ରାନ୍ସିସ୍ ଟିୟାଫୋ ଏବଂ ଜେନ୍‌ସନ୍ ବ୍ରୁକ୍ସବି ନିଜ ନିଜର ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ସିଧା ସେଟ୍‌ରେ ହାରିଯାଇଥିଲେ । ଟିୟାଫୋଙ୍କୁ କ୍ରିଷ୍ଟ୍ରିଆନ୍ ଗାରିନ୍ ୬-୧, ୬-୩ରେ ଏବଂ ବ୍ରିକ୍ସବିଙ୍କୁ ରବର୍ଟ ବାତିସ୍ତା ଆଗୁଟ୍ ୬-୦, ୬-୨ରେ ପରାଜିତ କରିଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ ଆମେରିକାର ସେବାଷ୍ଟିଆନ୍ କୋର୍ଡା ନିଜ ଦେଶର ରିଲି ଓପେଲ୍‌କାଙ୍କୁ ୬-୩, ୭-୫ରେ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking