33.1 C
Bhubaneswar
Friday, April 26, 2024
Homeଓଡିଶାପ୍ରେମରେ ବିଫଳ ହୋଇ ପ୍ରେମିକର ଆତ୍ମହତ୍ୟା

ପ୍ରେମରେ ବିଫଳ ହୋଇ ପ୍ରେମିକର ଆତ୍ମହତ୍ୟା

ବାଲେଶ୍ୱର : ପ୍ରେମରେ ବିଫଳ ହୋଇ ଜୀବନ ହାରିଦେଇଛନ୍ତି ପ୍ରେମିକ । ଗତକାଲି ସମ୍ପନ୍ନ ହୋଇଥିଲା ପ୍ରେମିକାର ବାହାଘର । ପ୍ରେମିକାକୁ ଅନ୍ୟ କାହାର ପତ୍ନୀ ହେବା ଦେଖିବା ଆଗରୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଗଛ ଡାଳରେ ଝୁଲି ପଡ଼ିଲେ ପ୍ରେମିକ । ସେ ମଦ ପିଇ, ସିଗାରେଟ୍ ଟାଣି ନିକଟସ୍ଥ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବର ଏକ ଭାଇରାଲ୍ ଭିଡିଓରୁ ଜଣାପଡ଼ିଛି । ଘଟଣା ଘଟିଛି ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗ୍ରାମରେ । ଏହି ଗ୍ରାମର ପ୍ରଦୀପ ମଳିକ(୨୨) ଗୁଜରାଟରେ ରହି ଘରୋଇ କମ୍ପାନୀରେ ଚାକିରି କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।

ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ଗତ ୪ ଦିନ ତଳେ ସେ ଘରକୁ ଫେରି ପ୍ରେମିକାଙ୍କୁ ଭେଟିବାରେ ସଫଳ ହେଲେନି। ଗତକାଲି ରାତିରେ ପ୍ରେମିକାଙ୍କର ବାହାଘର ଅନ୍ୟତ୍ର ହୋଇଯିବା ଖବର ପାଇ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ମଦ ବୋତଲ ସହିତ ଏକ ରଶି ନେଇ ଘରଠାରୁ କିଛିଦୂରରେ ଥିବା ଏକ ଆକାଶି ଗଛ ଡାଳରେ ରଶି ଲଗାଇ ଝୁଲିପଡ଼ିଥିଲେ । ଏହା ଜାଣିପାରି ପରିବାର ଲୋକେ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking