36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୭୦ ଡଲାରରେ ରୁଷ୍‌ରୁ ଅଶୋଧିତ ତୈଳ କିଣିବ ଭାରତ

୭୦ ଡଲାରରେ ରୁଷ୍‌ରୁ ଅଶୋଧିତ ତୈଳ କିଣିବ ଭାରତ

ନୂଆଦିଲ୍ଲୀ: ବିଶ୍ୱର ତୃତୀୟ ବୃହତ୍ତମ ଅଶୋଧିତ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତ ଆହୁରି ଶସ୍ତାରେ ତୈଳ କ୍ରୟ କରିବାକୁ ଯାଉଛି । ଭାରତ ସରକାର ଏବଂ ସବସିଡାରୀ ତୈଳ କମ୍ପାନୀ ଗୁଡିକ ରୁଷ୍ ନିକଟରୁ ପ୍ରାୟ ୭୦ ଡଲାର ପ୍ରତି ବ୍ୟାରେଲ ମୂଲ୍ୟରେ ଏହି ତୈଳ କ୍ରୟ କରିବାକୁ ଯାଉଛି ଭାରତ । ୟୁକ୍ରେନ୍ ଯୁଦ୍ଧ ପରଠାରୁ ସମଗ୍ର ବିଶ୍ୱ ରୁଷ୍ ଉପରେ ଅର୍ଥନୈତିକ କଟକଣା ଜାରି କରିଥିବା ବେଳେ ଭାରତ କିନ୍ତୁ ଶସ୍ତା ଦରରେ ଅଶୋଧିତ ତୈଳ କ୍ରୟ କରୁଥିଲା । ଫେବୃୟାରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପ୍ରାୟ ୨୦ ପ୍ରତିଶତ ଶସ୍ତା ମୂଲ୍ୟରେ ରୁଷ୍ ନିକଟରୁ ଅଶୋଧିତ ତୈଳ କିଣିଥିଲା ।

ସରକାରଙ୍କ ପକ୍ଷରୁ ଏହି ମୂଲ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇନଥିଲେ ହେଁ ଭାରତ ପ୍ରାୟ ୪୦ ମିଲିୟନ୍ ବ୍ୟାରେଲ୍ କ୍ରୟ କରିଥିଲା । ଉଭୟ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ପରେ ଭାରତ ୭୦ ଡଲାର କିମ୍ବା ଏହାଠାରୁ କମ୍ ଦରରେ ପ୍ରତି ବ୍ୟାରେଲରେ ତୈଳ କିଣିବାକୁ ଦାବି କରିଥିବା କୁହାଯାଉଛି । ଜନୈକ ଅଧିକାରୀ ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଥିବା କୁହାଯାଇଛି । ବର୍ତ୍ତମାନ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୦୫ ଡଲାର ରହିଛି । ସମଗ୍ର ବିଶ୍ୱରୁ ଭାରତ ଉପରେ ରହିଥିବା ଚାପ କାରଣରୁ ଏହି ରିହାତି ପାଇଁ ଭାରତ ଦାବି କରିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking