29.1 C
Bhubaneswar
Wednesday, May 1, 2024
Homeଓଡିଶାବ୍ୟବସ୍ଥିତ ଭୋଟର୍ ସାକ୍ଷରତା ଏବଂ ମତଦାନ ସାବ୍ୟସ୍ତ କରିବା ଜନିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କମିଟି...

ବ୍ୟବସ୍ଥିତ ଭୋଟର୍ ସାକ୍ଷରତା ଏବଂ ମତଦାନ ସାବ୍ୟସ୍ତ କରିବା ଜନିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ

ଯାଜପୁର : ସର୍ବାଧିକ ମତଦାନ ସର୍ବୋତ୍କୃଷ୍ଟ ପ୍ରାର୍ଥୀ ଚୟନରେ ସହାୟକ ହେବାସହ ଗଣତନ୍ତ୍ରର ଭବିଷ୍ୟତକୁ ସୁଦୃଢ ଓ ଉଜ୍ଜ୍ୱଳ କରିଥାଏ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାରେ 8ଲୋକସଭା, ଯାଜପୁର, 48ବିଧାନସଭା, ବିଞ୍ଝାରପୁର, 49ବରୀ, 50ବଡ଼ଚଣା, 51ଧର୍ମଶାଳା,52ଯାଜପୁର, 53କୋରାଇ ଏବଂ 54 ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜୁନ 1ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବ୍ୟବସ୍ଥିତ ନିୟମାନୁଯାୀ ଭୋଟର ମାନଙ୍କୁ ଶିକ୍ଷ୍ୟା ସୂଚନା ଦେବା ଏବଂ ମତଦାନ ସାବ୍ୟସ୍ତରେ ସେମାନେ ଯେଭଳି ନିଶ୍ଚିତ ଭାବେ ଭାଗ ନେବେ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜନ କରାଇ ଭୋଟର୍ ସଚେତନତା ଶତପ୍ରତିଶତ ବୃଦ୍ଧି ଦିଗରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ ତାଙ୍କ ଅଫିସ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବକୃଷ୍ଣ ଜେନା,ବି ଡି ଓ ଯାଜପୁର ଶ୍ରୀ ସ୍ଵାଗତ ଦାସ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସରୋଜିନୀ ଦାସ,ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା,ଡି ପି ଏମ ଓ ଏଲ ଏମ ଶ୍ରୀ ପ୍ରଶାନ୍ତ ପାଢୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାହୀ ଅଧିକାରୀ, ଯାଜପୁର ପୌର ପରିଷଦ ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ,ଏମ ଜି ଏନ ଆର ଇ ଜି ଏସ ସଂଯୋଜକ ଶ୍ରୀ ଚିନ୍ମୟ ସିଂହ ପ୍ରମୁଖ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଆସନ୍ତା 23 ତାରିଖ ଦିନ ଏହି ସଚେତନତା କାର୍ଯ୍ୟକ୍ରମର ଜିଲ୍ଲା ସଦର ମହକୁମାରୁ ଶୁଭାରମ୍ଭ କରାଯିବ। ପରେ ଜିଲ୍ଲାର ରତ୍ନଗିରି ଏବଂ। ଅନ୍ୟାନ୍ୟ ଅଞ୍ଚଳରେ ଆୟୋଜନ କରାଯିବ।ଆସନ୍ତା 23 ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ପାରମ୍ପାରିକ ଲୋକକଲାଦଳ, ଯୁବଗୋଷ୍ଠୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ଓଡ଼ିଶା ଜୀବିକା ମିଶନ କର୍ମକର୍ତ୍ତା ମାନଙ୍କୁ ନେଇ ପଦଯାତ୍ରା ରାଲି, ବୁଥର ସମସ୍ତ ମୌଳିକ ସୁବିଧାର ଉପଲବ୍ଧ ଯଥା ଜଲଛତ୍ର, ବୁଥ ନିକଟରେ ସହାୟକ ବୁଥ, ହ୍ୟୁମାନ ଚେନ ଓ ରଙ୍ଗୋଲି ଆଦି ବିଭିନ୍ନ ପ୍ରକାର ବିଭିଦ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ସ୍ଥାନୀୟ ହକି ଷ୍ଟାଡିୟମରେ ରଙ୍ଗୋଲି ,ମଡେଲ ବୁଥ ସହାୟକ ବୁଥ ଆଦି ଭୋଟର ସଚେତନତା ପ୍ରଦର୍ଶନ କରାଯିବ।ଏହି ରାଲିରେ ପାଖାପାଖି ବିଭିନ୍ନ ବର୍ଗର 500 ସଚେତନତା କର୍ମକର୍ତ୍ତା ଯୋଗଦେବେ। ପରିଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସଂସ୍ଥା କର୍ମକର୍ତ୍ତା ଶ୍ରୀ ନିହାର ଚୌଧୁରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking