29.1 C
Bhubaneswar
Tuesday, May 7, 2024
Homeଓଡିଶା୫ ଜିଲ୍ଲାକୁ ୧୦ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଜିଲ୍ଲା ଦାୟିତ୍ୱ

୫ ଜିଲ୍ଲାକୁ ୧୦ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର : ବାତ୍ୟା ‘ୟଶ୍‌’ ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ୍ ତଦାରଖ ପାଇଁ ଆଇଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପୋଲିସକୁ ପରାମର୍ଶ ଓ ମାର୍ଗଦର୍ଶିକା ପାଇଁ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡ଼ା ପାଇଁ ଆଇଏଏସ୍ ହେମନ୍ତ ଶର୍ମା ଓ ଆଇପିଏସ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଛି ।

ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର ଓ ଅମିତାଭ ଠାକୁର, ଭଦ୍ରକ ପାଇଁ ଭିଭି ଯାଦବ ଓ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ବିଶାଲ ଦେବ ଓ ଦୀପ୍ତେଶ ପଟ୍ଟନାୟକ, ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଟ ଓ ଅନୁରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ୫ ଜିଲ୍ଲାକୁ ବାତ୍ୟାର ପ୍ରକୋପ ଅଧିକ ରହିବ ବୋଲି, ରାଜ୍ୟ ସରକାର ୧୦ ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ସମୟରେ ଅତି କମ୍ ରେ ତିନି ଦିନ ପାଇଁ ଘରେ ପାନୀୟ ଜଳ ମହଜୁଦ ରଖିବାକୁ କୁହାଯାଇଛି । ଏଥିସହ ଜିଲ୍ଳାରେ ବାତ୍ୟା ପୂର୍ବ ସ୍ଥିତି ସମୀକ୍ଷା କରିଛନ୍ତି ଆଇନ୍ ଶୃଙ୍ଖଳା ଏଡିଜି ଯଶୱନ୍ତ ଜେଠୱା । ଯେଉଁ ମାନେ କଚ୍ଚା ଘରେ ଅଛନ୍ତି ସେମାନେ ତୁରନ୍ତ ସାଇକ୍ଲୋନ୍ ସେଣ୍ଟରକୁ ଯିବାକୁ କହିଛନ୍ତି । ସେହିପରି ପାଖାପାଖି ୧ଲକ୍ଷ ୨୦ ହଜାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ବର୍ତ୍ତମାନ ବାଲେଶ୍ୱରଠାରୁ ଦକ୍ଷିଣ-ପଶ୍ଚିମ ପୂର୍ବରୁ ୬୩୦ କିମି ଦୂରରେ ରହିଛି । ତେବେ ବାଲେଶ୍ୱର ସମେତ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ଉଚ୍ଚ ଜୁଆର ଉଠିବ ବୋଲି ଆଇଏମଡି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ପାଇଁ ବିଶାଳ ଦେବ, ମୟୁରଭଂଜ ପାଇଁ ଦାୟିତ୍ୱରେ ରହିଛନ୍ତି ସୁରେଶ ବଶିଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking