36.1 C
Bhubaneswar
Sunday, May 19, 2024
Homeଓଡିଶାଟାଙ୍ଗିଆ ଚୋଟରେ ବାପାର ଜୀବନ ନେଲା ପୁଅ

ଟାଙ୍ଗିଆ ଚୋଟରେ ବାପାର ଜୀବନ ନେଲା ପୁଅ

ଢେଙ୍କାନାଳ : ଜନ୍ମ କଲା ବାପାକୁ ନିଜ ହାତରେ ହତ୍ୟା କଲା ପୁଅ । ଟାଙ୍ଗିଆ ଚୋଟରେ ନେଇଗଲା ବାପାର ଜୀବନ । ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ପୁଅ କରିଛି ଏଭଳି ଜଘନ୍ୟ କାଣ୍ଡ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ପୁଅ ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କରିଥିବା ବେଳେ ନିଜ ସାନ ଭଉଣୀକୁ ମଧ୍ୟ ଆକ୍ରମଣ କରିଥିଲା । ଏଥିରେ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଡଙ୍ଗାପାଳ ଗାଁର ସନାତନ ମହାନ୍ତ । ଆଉ ଗୁରୁତର ଅଛନ୍ତି ତାଙ୍କ ଝିଅ ସୁଜାତା ମାହାନ୍ତ ।

ସୂଚନା ଅନୁଯାୟୀ, ସନାତନଙ୍କ ପୁଅ ତପନ ନିଜ ଶ୍ୱଶୁର ଘର କଙ୍କଡ଼ାହାଡ଼ ଥାନା ଉର୍ବେଙ୍ଗୀ ଗାଁରେ ରହି ଆସୁଥିଲା । ଜମି ବାଡ଼ିକୁ କେନ୍ଦ୍ର କରି ଗତକାଲି ରାତିରେ ତପନ ମଦ ପିଇ ଡଙ୍ଗାପାଳ ଗାଁ ନିଜ ଘରକୁ ଆସିଥିଲା। ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ବାପାକୁ ଗୋଡେଇ ଗୋଡେଇ ହାଣିଥିଲା। ଏଥିରେ ଭଉଣୀ ସୁଜାତା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା ତପନ । ଏହି ଭୟଙ୍କର କାଣ୍ଡ ଘଟାଇ ସେଠାରୁ ଚମ୍ପଟ ମାରିଥିଲା।

ପରିବାର ଲୋକେ ବାପା ସନାତନ ଓ ଭଉଣୀ ସୁଜାତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସନାତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ଜୀବନ ଚାଲି ଯାଇଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି କଙ୍କଡ଼ାହାଡ଼ ପୋଲିସ । ପିତୃ ହନ୍ତାକୁ ଖୋଜୁଛି ପୋଲିସ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking