31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇଦରେ ବିଜେପି ସରକାରକୁ ଖୋଲା ଚେତାବନୀ ଦେଲେ ଦିଦି

ଇଦରେ ବିଜେପି ସରକାରକୁ ଖୋଲା ଚେତାବନୀ ଦେଲେ ଦିଦି

କୋଲକାତା: ‘‘ନାଗରିକତା ସଂଶୋଧନ ଅଧିନିୟମ, ଜାତୀୟ ନାଗରିକ ପଞ୍ଜୀକା ଓ ଏକକ ନାଗରିକ ସଂହିତାପରି ଆଇନକୁ କେବେ ବି କାର୍ଯ୍ୟକାରୀ କରିବାକୁ ଦିଆଯିବନାହିଁ । ଯଦି ଏଥିପାଇଁ ଆବଶ୍ୟକ ପଡେ ରକ୍ତ ବୁହାଇବାକୁ ମଧ୍ୟ ପଛାଇବୁ ନାହିଁ ।’’ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଏପରି ଢଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଖୋଲା ଚେତାବନୀ ଦେଇଛନ୍ତି । କୋଲକାତାରେ ‘ଇଦ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦିଦିଙ୍କର ଏହି ବିସ୍ଫୋରକ ଚେତାବନୀ ସାମ୍ନାକୁ ଆସିଛି । ଆଜି କୋଲକାତାରେ ‘ଇଦ’ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମମତା । ଇସଲାମ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ସମାଜର ବିବିଧତାକୁ ଦର୍ଶାଇବାକୁ ଯାଇ ଏହି ପ୍ରସଙ୍ଗରେ ଟିପ୍ପଣୀ କରିଛନ୍ତି ଦିଦି । କହିଛନ୍ତି,‘‘ଆମେ କୌଣସି ପରିସ୍ଥିତିରେ ଦେଶରେ ଚାଲିଥିବା ଅତ୍ୟାଚାରକୁ ବରଦାସ୍ତ କରିବୁନାହିଁ । ଦେଶରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ମଧ୍ୟ ନୁହେଁ ।

ଆମେ ସମସ୍ତ ଧର୍ମ ମଧ୍ୟରେ ସଦଭାବନା ଦେଖିବାକୁ ଚାହୁଁ । କୌଣସି ପରିସ୍ଥିତିରେ ଏନଆରସି, ସିଏଏ ଲାଗୁ କରିବାକୁ ଦିଆଯିବନି । ଯଦି ଏଥିପାଇଁ ଆବଶ୍ୟକ ପଡେ ଆମେ ରକ୍ତ ବୁହାଇବାକୁ ପ୍ରସ୍ତୁତ ଅଛୁ । ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ‘‘ସେମାନେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି । ପଶ୍ଚିମବଙ୍ଗରେ ଗିରଫଦାରୀ ପାଇଁ ସେମାନେ ଜାତୀୟ ତଦନ୍ତକାରୀ ସଂସ୍ଥାର ଟିମକୁ ପଠାଇଛନ୍ତି । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଦଙ୍ଗା କରିବାକୁ ପ୍ରୟାସ କରୁଛି, ତେବେ ଆମକୁ ମୁଣ୍ଡ ଥଣ୍ଡା ରଖି ସ୍ଥିର ରହିବାକୁ ହେବ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ ହୋଇସାରିଛି । ୨୦୧୯ରେ ପାରିତ ହୋଇଥିବା ଏହି ବିଲକୁ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ସପ୍ତାହ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିସାରିଛି । ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking