40.1 C
Bhubaneswar
Tuesday, April 30, 2024
Homeଓଡିଶାକଂଗ୍ରେସରେ ମିଶିଲେ ବିଜୁ ଜନତା ଦଳର ବରିଷ୍ଠ ନେତା ଅଶିତ ପଟ୍ଟନାୟକ (ବୁଲୁ)

କଂଗ୍ରେସରେ ମିଶିଲେ ବିଜୁ ଜନତା ଦଳର ବରିଷ୍ଠ ନେତା ଅଶିତ ପଟ୍ଟନାୟକ (ବୁଲୁ)

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା ଉପସଭାପତି ତଥା ବର୍ତମାନ ମଧୁବାବୁ ପେନସନ୍ ଯୋଜନାର ଓଡ଼ିଶା ସରକାରଙ୍କର ମୁଖ୍ୟ ଉପଦେଷ୍ଟା ଶ୍ରୀ ଅଶିତ ପଟ୍ଟନାୟକ ତାଙ୍କର ଶହ ଶହ ସମର୍ଥକଙ୍କ ସହିତ ବହୁ ପୂର୍ବତନ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟ, ବର୍ତମାନର ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ସରପଂଚଙ୍କ ସମେତ ହଜାର ରୁ ଅଧିକ ସମର୍ଥକଙ୍କ ସହିତ ଆଜି ପ୍ରଦେଶ କଂଗ୍ରେସ କମିିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ, ପ୍ରଚାର କମିଟିର ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ୍ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହେଲେ ।

ସଭାପତି ଶ୍ରୀ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ କଂଗ୍ରେସ ଦଳରେ ସାମିଲ ହୋଇଥିବା ଶ୍ରୀ ଅଶିତ ପଟ୍ଟନାୟକଙ୍କ ସମେତ ସମସ୍ତ ସମର୍ଥକଙ୍କୁ କଂଗ୍ରେସ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମିଶ୍ରଣ ପର୍ବରେ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଅଶିତ୍ ବାବୁଙ୍କ ଯୋଗଦାନ ଦ୍ୱାରା କେବଳ ଭଦ୍ରକ ଜିଲ୍ଲା ନୁହେଁ ସାରା ଓଡ଼ିଶାରେ କଂଗ୍ରେସ ଅଧିକ ଶକ୍ତିଶାଳି ହେଲା । ଓଡ଼ିଶାରେ କଂଗ୍ରେସ ସରକାର କରିବ । ଏହା ଏକମାତ୍ର ଝଲକ ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଜି ସାରା ରାଜ୍ୟରେ ଜନସାଧାରଣ ମାନଙ୍କୁ ଆଗକୁ ଆସିବାକୁ ପଡ଼ିବ ଏବଂ ବିଜେପି ଓ ବିଜେଡ଼ି ମିଛ ପ୍ରତାରଣ ଓ ପ୍ରଚାର ବିରୁଦ୍ଧରେ ଏକ ହୋଇ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟି କୋଣରୁ କଂଗ୍ରେସକୁ ଭୋଟ ଦେଇ ରାଜ୍ୟକୁ ରକ୍ଷା କରିବାକୁ ପଡ଼ିବ । ଉଭୟ ବିଜେଡ଼ି ଓ ବିଜେପି କେବଳ ଓଡ଼ିଶାକୁ ଲୁଟ୍ କରିବା ହେଉଛି ଏମାନଙ୍କର ଏକମାତ୍ର ଏଜେଣ୍ଡା । ଶ୍ରୀ ଅଶିତ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ ବିଜେଡ଼ି ଓ ବିଜେପି ଏକ । ଉଭୟ ବୁଝାମଣା ଭିତିରେ ଓଡ଼ିଶାରେ ଲୋକସଭା ଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ପ୍ରାର୍ଥି ଦେଇଛନ୍ତି । ସବୁଠାରୁ ଦୁଃଖର କଥା ଉଭୟ ବିଜେପି ଓ ବିଜେଡ଼ି ଭଦ୍ରକକୁ ଲୁଣ୍ଠନ କରୁଛନ୍ତି । କଂଗ୍ରେସ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ଆଶାତିତ ସଫଳତା ଲାଭ କରିବ । ମୁଁ ମୋ ଘରକୁ ଫେରିଛି । ମୁଁ ଆଜି ବହୁତ ଆନନ୍ଦିତ ଏବଂ ଗର୍ବୀତ ଯେ ପ୍ରକୃତର କଂଗ୍ରେସ ଏକ ମାତ୍ର ଦଳ ଯିଏ ଓଡ଼ିଶାର ବିକାଶ କରିବ ।

ଶ୍ରୀ ପଂଚାନନ ଲେଙ୍କା ପୂର୍ବତନ ସରପଂଚ, ସରୋଜ ନାୟକ ଜିଲ୍ଲା ପରିଷଦ ସଦସ୍ୟ ଜେନା-୨୬, ରମେଶ ଚନ୍ଦ୍ର ସ୍ୱାଇଁ ପୂର୍ବତନ ସମିତି ସଭ୍ୟ ବଟପଂଚାୟତ, ଆଶୁତୋଷ ପ୍ରଧାନ ପୂର୍ବତନ ସରପଂଚ, ସୁଦାମ ଚରଣ ପ୍ରଧାନ ପୂର୍ବତନ ସମିତି ସଭ୍ୟ, ଦାମଦର ମହଲା ସରପଂଚ, ଶୋଭାରାଣୀ ଚୈାଧୁରୀ, ଶ୍ରୀମତ ମଙ୍ଗରାଜ ମହାପାତ୍ର ପୂର୍ବତନ ରାଜ୍ୟ ପରିଷଦ ସଭ୍ୟ, ଲକ୍ଷ୍ମୀକାନ୍ତ ନାୟକ ନାଏବ ସରପଂଚ, ବିରେନ ସେନା, ଅବ୍‌ଦୁଲ୍ଲା, ବିଶ୍ୱନାଥ ମଲ୍ଲିକ ପୂର୍ବତନ ସରପଂଚ, ସୁରେଶ ଦାସ, ଅନୀଲ ତ୍ରିପାଠୀ, ସାଇ ସୁଶାନ୍ତ ରାଉତ, ଦେବବ୍ରତ ମହାପାତ୍ର ପୂର୍ବତନ ସମିତି ସଭ୍ୟ, ନାରଣଚନ୍ଦ୍ର ସେନା ବରିଷ୍ଠ ବିଜେଡ଼ି ନେତା, ନରହରି ରାଉତ ପୂର୍ବତନ ସରପଂଚ, ଭରତ ତ୍ରିପାଠୀ ପୂର୍ବତନ ସରଂପଚ, ଗୟାଧର ସେଠୀ ସମିତି ସଭ୍ୟ ଓ ବହୁ କର୍ମୀ ଆଜି କଂଗ୍ରେସରେ ଯୋଗଦାନ କଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜାନକୀବଲ୍ଲଭ ପଟ୍ଟନାୟକ, ସାଧାରଣ ସମ୍ପାଦକ ତରୁଣ ମିଶ୍ର, ଚିନ୍ମୟ ଦାସ, ଶ୍ରୀନିବାସ ରାଉତରାୟ, ମୁଖପାତ୍ର ରଜନୀ ମହାନ୍ତି, ପଦ୍ମାକର ଗୁରୁ, ମନୋରଞ୍ଜନ ଦାସ ଓ ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking