41.1 C
Bhubaneswar
Sunday, April 28, 2024
Homeଓଡିଶାଏମ୍‌ଜିଏ୍ ଇଷ୍ପାତ କାରଖାନା ସଂପ୍ରସାରଣ ନେଇ ଜନଶୁଣାଣି

ଏମ୍‌ଜିଏ୍ ଇଷ୍ପାତ କାରଖାନା ସଂପ୍ରସାରଣ ନେଇ ଜନଶୁଣାଣି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଗୁଡିଆକାଟେଣୀ ଛକ ନିକଟସ୍ଥ ଦଶଦେବୀ ପୀଠ ପରିସରରେ ଏମ୍‌ଜିଏମ୍ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍‌ଜିଏମ୍ କାରଖାନା ସଂପ୍ରସାରଣରେ ପ୍ରଭାବିତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଲାଗି ଦୃଷ୍ଟି ଦେବାକୁ ମତ ଦେଇଛନ୍ତି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଅନୁଗୁଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଅନୁପ କୁମାର ପଟ୍ଟନାୟକ, ଓଡାପଡା ତହସିଲଦାର ବାଣୀନିବେଦିତା ସ୍ୱାଇଁ, ଏମ୍‌ଜିଏମ ଷ୍ଟିଲ କମ୍ପାନୀର ପଦାଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଦାବି, ଆପତି ଓ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ମଧ୍ୟ କରିଥିଲେ ।

ଶିବିରରେ ନିମିଧା, ହଳଦିଆବାହାଳ, ଉପଳପାଳ, ଚିନ୍ତାପୋଖରୀ, ବିଡୋ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ନିମିଧା ସରପଞ୍ଚ ସାଗରିକା ବେହେରା, ନୟା ଭାଗିରଥୀପୁର ସରପଞ୍ଚ ମମତାଞ୍ଜଳୀ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବାଲାଗି ଗୁରୁତ୍ୱ ଦେବାପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ହାତୀ ଚଲାପଥ ରାସ୍ତା ଗୁଡିକରେ ଆଲୋକିକରଣ ନେଇ ସ୍ଥାନୀୟ ଲୋକେ ଦାବୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking