30.1 C
Bhubaneswar
Wednesday, April 24, 2024
Homeଓଡିଶାବିଜୁପଟ୍ଟନାୟକ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦ୍‌ଯାପିତ

ବିଜୁପଟ୍ଟନାୟକ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦ୍‌ଯାପିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ମିନି ଷ୍ଟାଡିୟମରେ ରଘୁବୀର ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ବିଜୁପଟ୍ଟନାୟକ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନି ମ୍ୟାଚ୍‌ରେ ଏଫ୍‌ସିସି ତାଳଚେର ଓ ୱାଙ୍ଗ୍ ଷ୍ଟାର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏଫସିସି ଦଳ ବ୍ୟାଟିଂ କରି ୧୫୬ ରନ୍ ସଂଗ୍ରହ କରିଥିଲା । ତାର ଜବାବରେ ଆରସିସି ୱିଙ୍ଗ ଷ୍ଟାର କଟକ ୧୫୭ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା ।

ବିଭୁତି ଭୁଷଣ ଭଞ୍ଜ, ପ୍ରକାଶ ସେଠୀ ଖେଳ ପରିଚାଳନା କରିଥିବା ବେଳେ ଶାନ୍ତି ଶ୍ୱରୁପ ତ୍ରିପାଠି ଧାରା ବିବରଣୀ ପାଠ କରିଥିଲେ । ଏହି ଉଦ୍‌ଯାପନି ଦିବସରେ ବିଶିଷ୍ଠ କଣ୍ଠଶିଳ୍ପି ହ୍ୱୁମାନ ସାଗର ଏବଂ ତାଙ୍କ ସହଯୋଗୀ ଦଳ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜୟ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଅସିତ ରାୟ ଚୌଧୁରୀ ଯୋଗଦେଇ ଉଭୟ ଦଳକୁ ପୁରଷ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଯୁବ ବିଜେଡ ସଭାପତି ସୁବ୍ରତ ଦାସ, ସରପଂଚ ପ୍ରିୟଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking