28.1 C
Bhubaneswar
Saturday, April 27, 2024
Homeଓଡିଶାଭୁତକୋଠି ପାଲଟିଛି ହିନ୍ଦୋଳ ଉପଖଣ୍ଡ ଚକ୍ଷ୍ୟୁ ବିଭାଗ

ଭୁତକୋଠି ପାଲଟିଛି ହିନ୍ଦୋଳ ଉପଖଣ୍ଡ ଚକ୍ଷ୍ୟୁ ବିଭାଗ

ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ଏବେ ଭୁତକୋଠି ପାଲଟିଛି । ଏଠାରେ କୌଣସି ଡାକ୍ତର ନଥିବାରୁ ବନ୍ଦ ହୋଇ ପଡ଼ିରହିଛି । ଲକ୍ଷାଧିକ ଟଙ୍କାର ଉନ୍ନତମାନର ଯନ୍ତ୍ରପାତି ପଡି ରହି ନଷ୍ଟ ହେବାରେ ଲାଗିଛି । ମାତ୍ର ଦୁଃଖର ବିଷୟ ଚକ୍ଷ୍ୟୁ ଚିକିତ୍ସା ନିମନ୍ତେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଚିକିତ୍ସା ନିମନ୍ତେ ଢେଙ୍କାନାଳ କିମ୍ବା ଅନୁଗୁଳ ଯିବାକୁ ପଡିଥାଏ । ସୁନେତ୍ର ଯୋଜନାରୁ ବଞ୍ଚିତ ହେଉଛନ୍ତି ହିନ୍ଦୋଳ ଉପଖଣ୍ଡ ବାସୀ ବୋଲି ଅଭିଯୋଗ ହେଉଛି ।

ମିଳିଥିବା ସୁଚନା ଅନୁସାରେ, ୨୦୦୪ ମସିହାରେ ହିନ୍ଦୋଳ ବିଧାୟିକା ଶ୍ରୀମତି ଅଞ୍ଜଳୀ ବେହେରାଙ୍କ ଏହି ଚିକିତ୍ସାଳୟଟି ପ୍ରତିଷ୍ଠା ହୋଇଛି। ଏହି ଚକ୍ଷ୍ୟୁ ଚିକିତ୍ସାଳୟ ୧୦ ଶଯ୍ୟା ବିଶିଷ୍ଟ ସହ ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଡାକ୍ତର, ଅପଥାଲମିକ୍ ଆସିଷ୍ଟାଣ୍ଡ୍ ସମେତ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । ବହୁଦିନ ପରେ ଏଠାରେ ଏହି ଚିକିତ୍ସାଳୟ ହେବାରୁ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ସହିତ ସବୁକିଛି ଠିକ୍‌ ଠାକ ଚାଲିଥିଲା । ତେବେ ଗତ ୨ ବର୍ଷ ପୁର୍ବେ ଏହି ଚିକିତ୍ସାଳୟରେ କେହି ଡାକ୍ତର ନଥିବାରୁ ଏକ ପ୍ରକାର ବନ୍ଦ ଅବସ୍ଥାକୁ ଆସି ଯାଇଥିଲା । ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ନୁତନ ଡାକ୍ତର ନିଯୁକ୍ତି କରାଯାଇ ନଥିଲା । ଯିଏ ବି ଥିଲା ତାକୁ ବଦଳି କରାଯାଇଥିଲା ।

ବର୍ତମାନ ଏହି ଚିକିତ୍ସାଳୟରେ କେହି ନଥିବାରୁ ଉକ୍ତ ବିଭାଗଟି ଅକାମି ହୋଇପଡିଛି । ସେଠାରେ ସ୍ଥାପନ କରାଯାଇଥିବା ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଲାଣି । ଗରିବ ଶ୍ରେଣୀର ଲୋକମାନେ ପଇସା ନଥିବାରୁ ଏତେ ଦୁରକୁ ଯାଇ ଚିକିତ୍ସା ପାଇପାରୁ ନାହାନ୍ତି । ମୋତିଆବନ୍ଦୁ ଅସ୍ତ୍ରୋପଚାର ଏକ ପ୍ରକାର ବନ୍ଦ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଗତ ୨୦୧୯ ମସହିାରେ ରାଜ୍ୟ ସରକାର ସୁନ୍ତ୍ରେ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରୁ ବଂଚିତ ହେଉଛନ୍ତି ହିନ୍ଦୋଳ ଉପଖଣ୍ଡ ବାସୀ । ଉକ୍ତ ଯୋଜନାରେ ମାଗଣାରେ ଚକ୍ଷ୍ୟୁ ପରୀକ୍ଷା କରିବା, ଅସ୍ତ୍ରୋପଚାର, ଲେନ୍ସ ସହ ଚଷମା ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ହିନ୍ଦୋଳ ଉପଖଣ୍ଡରେ ମାଗଣାରେ ଅସ୍ତ୍ରୋପଚାର ତ ଦୁରର କଥା ଚକ୍ଷ୍ୟୁ ରୋଗର ଚିକିତ୍ସା ହୋଇପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking