35.1 C
Bhubaneswar
Tuesday, April 23, 2024
Homeଓଡିଶାବରିଷ୍ଠ ନାଗରିକଙ୍କ ବାର୍ଷିକ ଉତ୍ସବ ପାଳିତ

ବରିଷ୍ଠ ନାଗରିକଙ୍କ ବାର୍ଷିକ ଉତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡାପଡା ବ୍ଲକର ନାଧରା ରାମଚଣ୍ଡି ପିଠରେ ପୁର୍ବତନ ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତି ରେବତି ବେହେରାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକଙ୍କ ବାର୍ଷିକ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମାନେ ଆଉ ଅଲୋଡା ନୁହନ୍ତି । ପରିଣତ ବୟସରେ ସ୍ନେହ, ଶ୍ରଦ୍ଧା, ସହାନୁଭୁତି ଛଡା ଅଧିକ କିଛି ଆଶା କରନ୍ତି ନାହି । ତଥାପି ଏଭଳି ବର୍ଗ ଅବହେଳିତ, ନିଷ୍ପେସିତ, ନିର୍ଯ୍ୟାତିତ ହେବା ସାମାଜିକ ବ୍ୟବସ୍ଥାର ଅଧପତନ ହେଉଥିବା ଜଣାଯାଉଛି । ମାତ୍ର ଏହି ବର୍ଗର ସମସ୍ତ ମହିଳା ଓ ପୁରୁଷମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ ବୋଲି ଜିଲ୍ଲାର ପୁର୍ବତନ ଜିଲ୍ଲା ପରିଷଦ କହିଛନ୍ତି ।
ସମ୍ମାନୀତ ଅତିଥି ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ସୁରେଶ କୁମାର ପଣ୍ଡା, ଶିକ୍ଷାବିତ ଅନ୍ତର୍ଯ୍ୟାମି ରଥ, ସମାଜସେବୀ ସରୋଜ ଶତପଥୀ ଓ ପ୍ରଦୀପ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking