33.1 C
Bhubaneswar
Saturday, April 27, 2024
Homeଓଡିଶାହେମୋରେଜ୍ ସେପ୍ଟିସେମିଆ ସଂକ୍ରମଣ ନେଇ ବନଖଣ୍ଡ ଅଧିକାରୀ ଚିନ୍ତିତ

ହେମୋରେଜ୍ ସେପ୍ଟିସେମିଆ ସଂକ୍ରମଣ ନେଇ ବନଖଣ୍ଡ ଅଧିକାରୀ ଚିନ୍ତିତ

ଢେଙ୍କାନାଳ : ଜିଲ୍ଲାରେ ହେମୋରେଜ୍ ସେପ୍ଟିସେମିଆ ସଂକ୍ରମଣରେ ୬ଟି ହାତୀର ଜୀବନ ଜିବା ପରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ମନରେ ଛନକା ପସିଛି । ପୁର୍ବରୁ ଏହି ସଂକ୍ରମଣରେ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ଜୀବନ ଯାଇଛି । ଏହି ଘଟଣାର ପୁନରାବୃତି ନହେବା ପାଇଁ ସତର୍କତାମୁଳକ ଆଗୁଆ ପଦକ୍ଷେପ ସ୍ୱରୁପ ହାତୀ ଉପଦ୍ରବ ଅଂଚଳରେ ଗୋରୁ ଗାଇ ମାନଙ୍କ ପ୍ରତିଷେଧକ ଦିଆଯାଉଛି । ସିମିଳି ପାଳ ପରେ ହାତୀ ମାନଙ୍କ ସଂଖ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲା ଦ୍ୱୀତିୟ । ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଜରୁରୀ ବୋଲି ବନ ସଂରକ୍ଷଣ ସମିତି ମାଧ୍ୟମରେ ରେଞ୍ଜ୍ ଅଧିକାରୀ ମାନେ ଗାଁ ଗାଁ ବୁଲି ପ୍ରତିଷେଧକ ବଂଟନ କରୁଛନ୍ତି ।

ମିଳିଥିବା ସୁଚନା ଅନୁଯାୟୀ, ଜିଲ୍ଲାରେ ୨୦୧୫ ରୁ ୨୦୨୧ ମଧ୍ୟରେ ବିଭିନ୍ନ କାରଣରୁ ୭୮ ଟି ହାତୀଙ୍କ ଜୀବନ ଯାଇଛି । ସେଥି ମଧ୍ୟରୁ ୧୮ ଟି ହାତୀଙ୍କ ମୃତ୍ୟୁ ରୋଗ ଓ ସଂକ୍ରମଣରୁ ଘଟିଛି । ମାତ୍ର ୨୦୧୯ ମସିହାରେ ଦେଖା ଦେଇଥିଲା ଏହି ମହାମାରୀ ଆତଙ୍କ । ମାର୍ଚ୍ଚ ୨ ତାରିଖରେ ଏହି ରୋଗରେ ପିଡିତ ହୋଇ ମୃତ୍ୟୁ ଘଟିଥିଲା । ମାତ୍ର ଏହି ରୋଗ ସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଗାଇ, ଗୋରୁଙ୍କଠାରୁ ହାତୀଙ୍କୁ ସେପ୍ଟିସେମିଆ ସଙ୍କର୍ମିତ ହୋଇଥାଏ । ହାତୀ ଉପଦ୍ରବ କରୁଥିବା ଅଂଚଳରେ ବନ ସଂରକ୍ଷଣ ସମିତି, ପ୍ରାଣୀ ବିଭାଗ ଏବଂ ବନ କର୍ମଚାରୀଙ୍କ ମିଳିତ ସହାୟତାରେ ଗାଇ ଗୋରୁଙ୍କ ପ୍ରତିଷେଧକ ଦିଆଯାଉଛି । ମାତ୍ର କଳାହାଣ୍ଡି ଢେଙ୍କାନାଳ ଠାରୁ ବହୁଦୁରରେ ଅବସ୍ଥିତ । ତେଣୁ ଜିଲ୍ଲାରେ ହାତୀମାନଙ୍କ ପ୍ରତି ଏହି ରୋଗ ସଂକ୍ରମିତ ହେବା ଆଶଙ୍କା କମ୍ । ଯେହେତୁ ଆଗରୁ ଏଭଳି ସଂକ୍ରମଣରେ ହାତୀଙ୍କ ମୃତ୍ୟୁ ଘଟିଛିା ତେଣୁ ଏନେଇ ସତର୍କତା ଅବଲମ୍ବନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking