24.1 C
Bhubaneswar
Thursday, May 9, 2024
Homeଓଡିଶାଛଦେଶ ସାହିତ୍ୟ ସଂସଦର ୨୪ତମ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ

ଛଦେଶ ସାହିତ୍ୟ ସଂସଦର ୨୪ତମ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ

ଢେଙ୍କାନାଳ : ସଦର ବ୍ଲକ ଅନ୍ତର୍ଗତ ଛଦେଶ ଅଂଚଳରେ ପ୍ରତିଷ୍ଠିତ ଛଦେଶ ସାହିତ୍ୟ ସଂସଦର ୨୪ତମ ବାର୍ଷିକ ସାରସ୍ୱତ ସମାରୋହ ବିଷ୍ଣୁପୁରସ୍ଥ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଦୁର୍ଗାଚରଣ ମିଶ୍ର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଗ୍ରାମାଂଚଳରେ ସାହିତ୍ୟ ପ୍ରତିଭାମାନଙ୍କୁ ରାଜ୍ୟର ମୁଖ୍ୟ ସ୍ରୋତରେ ପହଂଚାଇବା ପାଇଁ ଛଦେଶ ସାହିତ୍ୟ ସଂସଦ ଏ ଯେଉଁ ଉଦ୍ୟମ କରୁଛି ତାହା ପ୍ରଶଂସା ଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ପୁଷ୍ପଲତା ରଥ ମୁଖ୍ୟ ବକ୍ତାଭାବରେ ଯୋଗଦେଇ ସାହିତ୍ୟର ସାମାଜିକ ଓ ଆଧ୍ୟାତ୍ମିକ ପ୍ରଭାବ ସମ୍ପର୍କରେ ଅବତାରଣା କରିଥିଲେ । ସଂସଦର ସଭାପତି ନୀଳମଣି ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ଆଲୋଚନା ଚକ୍ରରେ କବିମଣି ଇନ୍ଦ୍ରମଣି ନାୟକ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ଗତିକୃଷ୍ଣ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ଆବାହକ ମନୋଜ କୁମାର ସାହୁ “ମନ୍ମୟ’ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ନୃତ୍ୟଗୁରୁ ଶ୍ରୀକାନ୍ତ ସାହୁ ଆବାହନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଅପରାହ୍ନରେ କବି କାଳୀଚରଣ ତ୍ରିପାଠୀଙ୍କ ସଭାପତିତ୍ୱରେ କବି ବାହାଦୂର ପାଟସାହାଣୀ ଓ ନନ୍ଦିକେଶ୍ୱରୀ ନାଥଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା ।

ସେହିପରି ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଯୁଗ୍ମ ଶାସନ ସଚିବ ସନାତନ ମଲ୍ଲିକ ଉଦ୍‌ଘାଟନ କରିଥିବା ବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ସ୍ନାୟବିକ ଶଲ୍ୟ ଚିକିତ୍ସା ସହକାରୀ ଅଧ୍ୟାପକ ଡ. ରବିନାରାୟଣ ପଣ୍ଡା ବରେଣ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବିବାହାଦୂର ପାଟସାହାଣୀ ମୁଖ୍ୟ ବକ୍ତା, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ବାଜିରାଉତ ଶିକ୍ଷାନୁଷ୍ଠାନ ସମୂହ ଅଧ୍ୟକ୍ଷ ପ୍ରଫେସର ତାରାପ୍ରସନ୍ନ ଶତପଥୀ, ଡୁଡନୁ ଫାଉଣ୍ଡେସନ୍ ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ସାମାଜିକ, ଆଧ୍ୟାତ୍ମିକ, ଆଦର୍ଶ ଓ ସଂସ୍କାର ଦିଗରେ ଆଲୋଚନା କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖ୍ୟପତ୍ର ଅନ୍ୱେଷା ଉନ୍ମୋଚନ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୧ ବର୍ଷ ନିମନ୍ତେ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସର୍ବୋଚ୍ଚ ଗୋଲୋକ ବିହାରୀ ଧଳ ସ୍ମୁତି ସମ୍ମାନରେ ତପନ କୁମାର ଶତପଥୀ, ବଂଶୀଧର ଜେନା କଳା ସମ୍ମାନରେ ମୃତିକା ଶିଳ୍ପୀ ଭାସ୍କର ଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ଶତପଥୀ ସାହିତ୍ୟ ସମ୍ମାନରେ ଶରତ ଚନ୍ଦ୍ର ମାଝୀ, ନୃପବର ଧଳ ସେବା ସମ୍ମାନରେ କବିରାଜ ଭାଇଗ ସାହୁ, ଶିକ୍ଷା ଗୌରବ ସମ୍ମାନରେ ପ୍ରଫେସର ତାରାପ୍ରସନ୍ନ ଶତପଥୀ, ବିଶ୍ୱ ଓଡ଼ିଶା ପ୍ରତିଭା ପ୍ରଣାମ ସମ୍ମାନରେ ବାନ୍ଧକଳା ଶିଳ୍ପୀ ପରମାନନ୍ଦ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

ଆର୍ତତ୍ରାଣ ରାଉତ, ଅଜୟ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, କୀର୍ତିବୀର୍ଯ୍ୟ ଦାଶ, ଦିଲୀପ କୁମାର ସାହୁଙ୍କୁ ଯୁବ ଶିଳ୍ପୋଦ୍ୟୋଗୀ ସମ୍ମାନ, ଅବସରପ୍ରାପ୍ତ ସୈନିକ ଜଗବନ୍ଧୁ ମହାପାତ୍ରଙ୍କୁ ଶହୀଦ ବିଦ୍ୟାଧର ମହାପାତ୍ର ସ୍ମୃତିସମ୍ମାନ, ପଟଚିତ୍ର ଶିଳ୍ପୀ ଜଗନ୍ନାଥ ପଣ୍ଡା, ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ସାହୁଙ୍କୁ ସ୍ୱର୍ଣ୍ଣତାରା ପ୍ରତିଭା ପ୍ରେରଣା ସମ୍ମାନ, ଯୁକ୍ତ ଦୁଇ ଜିଲ୍ଲା ଶୀର୍ଷସ୍ଥାନ ଅଧିକାର କରିଥିବା ସ୍ୱାଗତିକା ପଣ୍ଡା ଓ ୧୦ ଶ୍ରେଣୀରେ ଛଦେଶ ସ୍ତରରେ ଶୀର୍ଷସ୍ଥାନ ଅଧିକାର କରିଥିବା ବୀରେଶ କୁମାର ସାହ. ଦେବସ୍ମିତା ସାହୁ , ସାଗରିକା ସାହୁଙ୍କୁ ସ୍ୱର୍ଣ୍ଣତାରା ମେଧାପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲ । ସେହିପରି ମେଧାବୀ ଡାକ୍ତରୀ ଛାତ୍ର ଅକ୍ଷୟ କୁମାର ପଣ୍ଡାଙ୍କୁ ପ୍ରଫୁଲ୍ଲ ଜଗଦେବ ସ୍ମୃତି ସମ୍ମାନ, ସଂସ୍କୃତ ମେଧାବୀ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ସାହୁଙ୍କୁ ନୃପବରଧଳ ସ୍ମୃତି ପ୍ରତିଭା ସମ୍ମାନ, ଭାଷା ସାହିତ୍ୟ ବିଷୟରେ ସର୍ବେର୍ାଚ୍ଚ ରୋଜାଲିନ୍ ସାହୁ, ସାଗରିକା ସାହୁ , ଦୀପକ କୁମାର ସାହୁ, ଦେବସ୍ମିତା ସାହୁଙ୍କୁ ବାଜିରାଉତ ଭାଷା ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ଉପସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା, ସଙ୍ଗଠନ ସମ୍ପାଦକ ଫକୀର ମୋହନ ସାହୁ, ମଧୁସୂଦନ ଶତପଥୀ, ସୂର୍ଯ୍ୟମଣି ପୃଷ୍ଟି, ଡ. ପ୍ରମୋଦ କୁମାର ଦାଶ, ପ୍ରକାଶ ଜଗଦେବ, ଧନଞ୍ଜୟ ଧଳ, ସ୍ୱଦେଶ ରଞ୍ଜନ ଧଳ, ଜଗବନ୍ଧୁ ସାହୁ, ଦୁର୍ଯ୍ୟୋଧନ ନାଏକ, ସୁଦର୍ଶନ ସେଠୀ, ଅନୁରୁଦ୍ଧ ସାହୁ, କୈଳାସ ମହାପାତ୍ର, ପ୍ରଶାନ୍ତ କୁମାର ଧଳ, ଧ୍ରୃବଚରଣ ରାଉତ, ନବକିଶୋର ରାଉତ, ମାନସ କୁମାର ସାହୁ, ସ୍ୱର୍ଣ୍ଣଲତା ସାହୁ, ଜାପାନୀ ଜଗଦେବ, ଲକ୍ଷ୍ମୀଧର ସେନାପତି, ଦିଲୀପ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking