29.1 C
Bhubaneswar
Tuesday, May 7, 2024
Homeଓଡିଶାଦୁର୍ଘଟଣାରେ ଜଳିଗଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

ଦୁର୍ଘଟଣାରେ ଜଳିଗଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ହାଇୱା ଧକ୍କା ଦେଇଛି । ଫଳରେ ଡ୍ରାଇଭର ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜଡାପାଳ ଛକ ନିକଟରେ । ସୁଚନା ମୁତାବକ, ବୁଧବାର ଭୋର ସମୟରେ “ଆଶ ଟେକ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌” କମ୍ପାନୀର ଏହି ହାଇୱା ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ବି.ଆର୍‌.ଜି. ପ୍ଲାଂଟ୍‌ରୁ ପାଉଁଶ ବୋଝେଇ କରି କାମାକ୍ଷାନଗର ଆସୁଥିଲା । ୫୩ ନଂ ଜାତୀୟ ରାଜପଥ ସଂପ୍ରସାରଣ କାମରେ ଏହି ପାଉଁଶ ବ୍ୟବହାର ପାଇଁ ଉକ୍ତ ହାଇୱାଟି ଆସିଥିଲା । କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜଡାପାଳ ଛକ ନିକଟରେ ଗୋଟିଏ ହାଇୱା ଛିଡା ହୋଇଥିବା ସମୟରେ ପଛରେ ଅନ୍ୟ ଏକ ହାଇୱା ଧକ୍କା ଦେଇଥିଲା । ଦୁର୍ଘଟଣାର ପ୍ରଭାବ ଏତେ ମାତ୍ରାରେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ହାଇୱାଟିରେ ନିଆଁ ଲାଗି ଯାଇଥିଲା । ଫଳରେ ଡ୍ରାଇଭର ଜଣଙ୍ଗ ବାହାରି ନପାରି ଜୀବନ୍ତ ଜଳି ଯାଇଥିଲେ । ମୃତ ଡ୍ରାଇଭର ଜଣଙ୍କ ନାମ ସୁନୀଲ ଯାଦବ ଜଣାପଡିବା ସହିତ ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ । କାମାକ୍ଷାନଗର ପୋଲିସ ସେଠାରେ ପହଂଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking