36.1 C
Bhubaneswar
Saturday, May 18, 2024
Homeଓଡିଶାଭୁବନରେ ନିଶୁଳ୍କ ଅକ୍ସିଜେନ୍ ସେବା

ଭୁବନରେ ନିଶୁଳ୍କ ଅକ୍ସିଜେନ୍ ସେବା

ଭୁବନ : ସାରା ବିଶ୍ୱରେ ମହାମାରୀ କରୋନା ଯୋଗୁଁ ହଜାର ହଜାର ଲୋକ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଉଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆରମ୍ଭ ହୋଇଛି ନିଶୁଳ୍କ ଅକ୍ସିଜେନ୍ ସେବା । ଯାହା ଫଳରେ କୋଭିଡ ଆକ୍ରାନ୍ତ ମାନେ ଏହାର ସୁଯୋଗ ନେଇପାରିବେ । ମିଳିଥିବା ସୁଚନା ମୁତାବକ, କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରରେ ସାରା ଦେଶରେ ଘାତକ ସାଜିଲାଣି । ତେଣୁ ଅକ୍ସିଜେନ ଅଭାବ ଯୋଗୁଁ ବହୁ କରୋନା ରୋଗି ମୃତ୍ୟୁ ମୁଖରେ ପଡୁଥିବା ବେଳେ ଏଭଳି ସମୟରେ ଆଗକୁ ଆସିଛି ବିଷ୍ଣୁପ୍ରିୟା ଫାଉଣ୍ଡେସନ୍ ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାଙ୍କ ସକ୍ର୍ରି ସହଯୋଗରେ ବୁଧବାର ଠାରୁ ଭୁବନ ଭଳି ଜନବହୁଳ ସହରରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଶୁଳ୍କ ଅକ୍ସିଜେନ୍ ଯୋଗାଣ ସେବା ଆରମ୍ଭ କରାଯାଇଛି । ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରଭାସ ବେଉରା ଯୋଗ ଦେଇ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରାୟାସକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking