36.1 C
Bhubaneswar
Saturday, May 4, 2024
Homeଓଡିଶାଅମାନିଆଙ୍କ ଉପରେ ଚଢଉ, ୫ ଦୋକାନ ସିଲ୍‌

ଅମାନିଆଙ୍କ ଉପରେ ଚଢଉ, ୫ ଦୋକାନ ସିଲ୍‌

ଢେଙ୍କାନାଳ : ମହାମାରି କୋରନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଯାଇ ସରକାରଙ୍କ ତରଫରୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏହି ଲକ୍‌ଡାଉନ୍ କଟକଣା ସତ୍ୱେ ଢେଙ୍କାନାଳ ସହରରେ କିଛି ଦୋକାନୀ କଟକଣାକୁ ନ ମାନି ବେପାର ଚଳାଇଥିଲେ । ଫଳରେ ପୌରସଂସ୍ଥା ପକ୍ଷରୁ ଚଢଉ କରାଯାଇ ସହରର ୫ ଟି ଦୋକାନ ସିଲ୍ କରିଦେଇଛନ୍ତି । ସୁଚନା ମୁତାବକ, ଢେଙ୍କାନାଳରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ଲକ୍‌ଡାଉନ୍ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ସରକାରଙ୍କ ଘୋଷଣାକୁ ବେଖାତିର କରିଦେଉଛନ୍ତି । ଫଳରେ ଢେଙ୍କାନାଳ ପୌର କର୍ତୃପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏପରିକି ଲକ୍ ଡାଉନ ଗାଇଡ୍ ଲାଇନ୍‌କୁ ବେଖାତିର କରି କିଛି ଦୋକାନି ଭିଡ କରି ଲୁଚାଛପା ବେପାର କରୁଥିବା ଖବର ପାଇ ଚଢଉ କରିଛନ୍ତି । ଢେଙ୍କାନାଳ ସହରର ମହାବୀର ବଜାରରେ ଥିବା ସାଗର ଶାଢୀ ସେଣ୍ଟର, ଶ୍ରୀ ଗଣେଶ ଡ୍ରେସ ହାଉସ୍‌, ଲକ୍ଷ୍ମୀ ବଜାରରେ ଥିବା ଆଦିତ୍ୟ ଜୁଏଲାରି ଓ ସିଏସ୍ ପାତ୍ର ସୁ-ଷ୍ଟୋର ତଥା ଦକ୍ଷୀଣକାଳୀ ରୋଡରେ ଥିବା ଭୈରବି ଟେକ୍ସଟାଇଲ ଆଦି ୫ଟି ଦୋକାନକୁ ଚଢଉ କରିଥିଲେ । ଏହି ଶୋରୁମ୍ ଗୁଡିକ ଲକ୍‌ଡାଉନ ଗାଇଡ ଲାଇନ୍ ଉଲଂଘନ କରିଥିବାରୁ ସେମାନଙ୍କ ଉପରେ ଜରିମାନା ଆଦାୟ ସହିତ ଏହି ଦୋକାନ ଗୁଡିକୁ ପୌରସଂସ୍ଥା ପକ୍ଷରୁ ସିଲ୍ କରିଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking