31.1 C
Bhubaneswar
Monday, May 6, 2024
Homeଓଡିଶା୫୦ କେ.ଜି ଗଞ୍ଜେଇ ଜବତ, ୧ ଗିରଫ

୫୦ କେ.ଜି ଗଞ୍ଜେଇ ଜବତ, ୧ ଗିରଫ

ରାସୋଳ : ଢେଙ୍କାନାଳ ଜିଲ୍ଲା ରାସୋଳଥାନା ଅନ୍ତର୍ଗତ ନାଉକିଆରି ଗ୍ରାମରେ ଜିଲ୍ଲା ଅବାକାରୀ ବିଭାଗ କୈଣସି ସୁତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଉକ୍ତ ଚଢାଉରେ ୫୦ କେଜି ଗଞ୍ଜେଇ ଜବତ କରିବା ସହିତ ଜଣକୁ କାବୁ କରିଥିବା ଜଣାପଡିଛି ।
ଜିଲ୍ଲାରେ ଗଞ୍ଜେଇର ଚୋରା କାରବାର ବେଶ୍ ଜୋର ଧରିବାରେ ଲାଗିଛି । କୈାଣସି ସୁତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ରାସୋଳ ଥାନା ଅନ୍ତର୍ଗତ ନାଉ କିଆରି ଗ୍ରାମରେ ଚଢାଉ କରିଥିଲେ । ଉକ୍ତ ଚଢାଉରେ ଉକ୍ତ ଗ୍ରାମର ରିଙ୍କୁ ସାହୁଙ୍କୁ ଗିରଫ କରିଥିଲେ । ତାଙ୍କ ଘରୁ ୫୦ କେଜିର ଦୁଇ ବସ୍ତା ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଥିଲା ସ୍କ୍ୱାର୍ଡ । ଏହି ଗଞ୍ଜେଇ ଅନୁଗୁଳ ଛେଣ୍ଡିପଦା ଅଚଂଳକୁ ଆସି ସେଠାରୁ ଭଦ୍ରକ ବାଲେଶ୍ୱର ଅଚଂଳକୁ ସ୍ତାନାନ୍ତର କରାଯାଉଥିଲା । ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିବା ବେଳେ ଗିରଫ ରିଙ୍କୁ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking