32.1 C
Bhubaneswar
Friday, April 26, 2024
Homeଓଡିଶାକଟକଣା ଭିତରେ ପାଳିତ ହୋଇଛି ଇଦ୍ ପର୍ବ

କଟକଣା ଭିତରେ ପାଳିତ ହୋଇଛି ଇଦ୍ ପର୍ବ

ଢେଙ୍କାନାଳ : ଶୁକ୍ରବାର ମୁସଲମାନ ମାନଙ୍କର ପ୍ରମୁଖ ପର୍ବ ଇଦ୍ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମାସ ବ୍ୟାପି ରାମଜାନ୍‌ରେ ବ୍ରତ ରଖି ମୁସଲିମ୍ ସଂପ୍ରଦାୟର ଲୋକମାନେ ଆଜି ଇଦ୍ ପର୍ବ ପାଳନ କରି ବ୍ରତ ଶେଷ କରିଥାନ୍ତି । ତେବେ କରୋନା କଟକଣା ଯୋଗୁଁ ସେମାନଙ୍କର ପର୍ବ ଫିକା ପଡିଯାଇଥିବା ଜଣାପଡିଛି । ତେବେ ଏହି ଅସବସରରେ ଢେଙ୍କାନାଳ ସହରରେ ଥିବା ଜାମା ମସ୍‌ଜିଦ୍ ଓ ମୋତି ମସ୍‌ଜିଦ୍‌ରେ ମୁସଲମାନ ସଂପ୍ରଦାୟର ଲୋକମାନେ କେବଳ ପର୍ବ ପାଳନକୁ ପ୍ରଥା ଭିତରେ ସିମିତ ରହିଯାଇଛି । ଯାହା ଫଳରେ ଲୋକାରଣ୍ୟ ହୋବାକୁ ଥିବା ମସ୍‌ଜିଦ୍ ଗୁଡିକ ଖାଁ ଖାଁ ଅନୁଭୁତ ହୋଇଛି । ଲକ୍‌ଡାଉନ୍ ଯୋଗୁଁ ମସ୍‌ଜିଦ୍ ଗୁଡିକରେ ସମୁହ ନମାଜ ପାଠ ଉପରେ କଟକଣା ରହିଥିବାରୁ ଏହି ଦୁଇଟି ମସ୍‌ଜିଦ୍‌ରେ ୨୦ ରୁ ୨୫ ଜଣ ମଧ୍ୟରେ ନମାଜ ପାଠ କରାଯାଇଥିଲା । ଅନ୍ୟମାନେ ସମସ୍ତେ ନିଜ ନିଜ ଘରେ ନମାଜ ପାଠ କରିଥିଲେ । ତେବେ ଚଳିତ ବର୍ଷ ଏହି ପର୍ବ ମୁସଲମାନ ସଂପ୍ରଦାୟର ଲୋକ ମାନଙ୍କ ମନରେ ରହିଥିବା ଉତ୍ସାହ ସଂପୁର୍ଣ୍ଣ ଫିକା ପଡିଯାଇଥିବା ପ୍ରକାଶ କରିଛନ୍ତି ଜାମା ମସ୍‌ଜିଦ୍‌୍‌ର ସଭାପତି ସାମ୍ସଦ୍ ବେଗ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking