38.1 C
Bhubaneswar
Friday, April 26, 2024
Homeକରୋନାଦେଶରେ କରୋନାରେ ୩୮୯୦ ମୃତ, ୩.୨୬ ଲକ୍ଷ ଆକ୍ରାନ୍ତ

ଦେଶରେ କରୋନାରେ ୩୮୯୦ ମୃତ, ୩.୨୬ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୨୬ ହଜାର ୯୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୭୩ ହଜାର ୮୦୨ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ରେ ପହଞ୍ଚିଛି । ୧୮ କୋଟି ୪ ଲକ୍ଷ ୫୭ ହଜାର ୫୭୯ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking