26.1 C
Bhubaneswar
Wednesday, May 8, 2024
Homeଓଡିଶାଗ୍ରାମାଚଂଳରେ କଟକଣାକୁ ବେଖାତିର

ଗ୍ରାମାଚଂଳରେ କଟକଣାକୁ ବେଖାତିର

ଢେଙ୍କାନାଳ : ରାଜ୍ୟରେ ମାହାମାରୀ କରୋନାର ସ୍ଥିତି ଯେ କେତେ ଗମ୍ଭୀର ତାହା ଜଳଜଳ ହୋଇ ବାରି ହୋଇଯାଉଛି । କରୋନାର ଦ୍ୱିତୀୟ ଲହରରେ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ମାତ୍ର ଜିଲ୍ଲାରେ କରୋନା ସଂକ୍ରମଣ କିଛି ଦିନ ଭିତରେ ତିନି ଅଙ୍କରେ ପହଚିଂଲାଣି । ହେଲେ ଏହି କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହନ୍ତ ସହିତ ୧୪ ଦିନ ଲକ୍‌ଡାଉନ କରିଛନ୍ତି ।

ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୁଆଗାଁ ଗ୍ରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କରୋନା ସକ୍ରମଣରେ ରୋକ ଆଣିବା ପାଇଁ ଲକ୍‌ଡାଉନ୍ ବ୍ୟବସ୍ଥା କରାଯାଇଛି । ହେଲେ କେହି ମାନୁନଥିବା ଦେଖିବାକୁ ମିଳୁଛି । ମାତ୍ର ଏହି ଲକ୍‌ଡାଉନ୍‌କୁ ବେଖାତିର କରି ଗ୍ରାମଚଂଳ ଗୁଡିକରେ ଏକାଠି ଗୋଧା ଗୋଧା ବସୁଛନ୍ତି । ଏପରିକି ବେଆଇନ ଭାବେ ଖୋଲା ବଜାରରେ ମଦ ବିକ୍ରି ମଧ୍ୟ ହେଉଛି । ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ନଥିବା ପରିଲକ୍ଷିତ ହେଉଛି । ନାଁ ଠିକ୍ ଭାବେ ମାସ୍କ ପିନ୍ଧୁଛନ୍ତି । ଖାଉଟି ବିଭାଗ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଂଟନ ଜାଗାରେ ମଧ୍ୟ ରହୁନାହିଁ ସାମାଜିକ ଦୁରତା ।

ତେଣୁ ଅମାନିଆ ହୋଇ ଦୋକାନ ଖୋଲୁଥିବା ଦୋକାନୀ ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧାଣରେ ଦାବୀ ହେଉଛି । କୈାଣସି କାମ ନଥାଇ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି ଲୋକମାନେ । କଟକଣା ମାନୁନଥିବା ଲୋକମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking