27.1 C
Bhubaneswar
Tuesday, May 7, 2024
Homeଓଡିଶାମାଳିବଡାରେ ହାତୀ ଉପଦ୍ରବ

ମାଳିବଡାରେ ହାତୀ ଉପଦ୍ରବ

ଢେଙ୍କାନାଳ : ଢେଙ୍କାନାଳ ଓଡାପଡା ବ୍ଲକ୍ ମେରାମଣ୍ଡଳି ସେକ୍ସନ ଅନ୍ତର୍ଗତ ହଳଦିବାହାଳ ପାହାଡକୁ ଫେରିଛନ୍ତି ୨୫ ଜଣିଆ ହାତୀପଲ । ଦୁଇଦିନ ହେଲା ହାତୀପଲ ଉକ୍ତ ଅଞ୍ଚଳରେ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚବାସୀ ଆତଙ୍କିତ ହେବା ସହିତ ସନ୍ଧ୍ୟା ହେଲେ ପଦାକୁ କେହି ବାହାରୁ ନାହାନ୍ତି । ହାତୀପଲ ପାହାଡ ତଳେ ଥିବା ମାଳିବିଡୋ ଗ୍ରାମରେ ପସିବା ସହିତି ହରିଜନ ସାହିର ଲକ୍ଷ୍ମୀଧର ନାଏକଙ୍କ ଘରକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି । ସେହି ଅନୁରୂପ ଭାବେ ସେହି ଗ୍ରାମର ଶରତ ଦାସଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଛି । ଘର ଭିତରେ ଥିବା ଆସବାବ ପତ୍ର ସବୁ ଏଣେ ତେଣେ ଫୋପଡି ଦେଇଥିଲେ । ହାତୀ ଘର ଭାଙ୍ଗୁଥିବା ସମୟରେ ଘର ଲୋକ ଜାଣିପାରି ପଳାଇବାରୁ ବର୍ତି ଯାଇଛନ୍ତି । ଖବର ପାଇ ହାତୀ ସ୍କ୍ୱାର୍ଡ, କର୍ମଚାରୀ ସେଠାରେ ପହଞ୍ଚି ହାତୀପଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ହାତୀପଲଙ୍କ ଗତିବିଧି ଉପରେ ବନ କର୍ମଚାରୀମାନେ ନଜର ରଖିବା ସହ ଜନବସତି ଅଞ୍ଚଳରୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହା ସହିତ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ଯୋଗାଇ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking