35.1 C
Bhubaneswar
Sunday, May 19, 2024
Homeଓଡିଶାଢେଙ୍କାନାଳରେ କରୋନା ସଂକ୍ରମଣ ବୃଦ୍ଧି

ଢେଙ୍କାନାଳରେ କରୋନା ସଂକ୍ରମଣ ବୃଦ୍ଧି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାରୁ ଗତ କାଲି ଆଉ ୩୧ ଜଣ ନୂଆ କରୋନା ରୋଗି ଚହ୍ନଟ ହେବା ନେଇ ଜିଲ୍ଲାରେ ଚିନ୍ତା ବଢିଯାଇଛି । ସେମାନଙ୍କ ମଧ୍ୟରୁ ୨୬ ଜଣ ହୋମକ୍ୱାରେଣ୍ଟାଇନ୍‌ରୁ ଓ ୫ ଜଣ ଡାକ୍ତରଖାନାରୁ ଚହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଢେଙ୍କାନାଳ ପୌରାଞ୍ଚଳରୁ ୮ ଜଣ ରହିଛନ୍ତି । ଦକ୍ଷୀଣକାଳିରୁ ୩ ଜଣ, ମହିଷାପଟ, କାଠଗଡା, କାଲଟାକ୍ସ, କୁଞ୍ଜକାନ୍ତ ଓ କାଫିଲସ୍ ପ୍ଲାଜାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ସଦର ବ୍ଲକର ୭ ଜଣଙ୍କ ମଧ୍ୟରୁ ସଦେଇବେରେଣିରୁ ଦୁଇଜଣ, ସିଆରିଆ, ଗେଙ୍ଗୁଟିଆ, ବଳିଦିଆବନ୍ଧ, ତାଳବରକୋଟରୁ ଜଣେ ଲେଖାଏଁ ଚହ୍ନଟ ହୋଇଛନ୍ତି । କଙ୍କଡାହାଡ ବ୍ଲକର ରାଇବୋଲରୁ ୫ ଜଣ, ଭୁବନ ଏନ୍‌ଏସିରୁ ୪ ଜଣ, ଗଁଦିଆ ବ୍ଲକ୍‌ର ଯୋରନ୍ଦାରୁ ଜଣେ, ଭୁବନ ବ୍ଲକ୍‌ର ନୀଳକଣ୍ଠପୁରରୁ ଜଣେ, ପର୍ଜଙ୍ଗ ବ୍ଲକରୁ ନରସିଂହପୁର ଜଣେ, ହିନ୍ଦୋଳରୁ ଜଣେ ଓ ଓଡାପଡାରୁ ଜଣେ ସଂକ୍ରମିତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking