29.1 C
Bhubaneswar
Wednesday, May 1, 2024
Homeଓଡିଶାମିଳୁନି ଆବାସ କି ଭିନ୍ନକ୍ଷମ ଭତା , ଜରିପାଲରେ ବିତୁଛି ଜୀବନ

ମିଳୁନି ଆବାସ କି ଭିନ୍ନକ୍ଷମ ଭତା , ଜରିପାଲରେ ବିତୁଛି ଜୀବନ

ଢେଙ୍କାନାଳ : ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଯୋଜନା ଗୁଡିକ ଗରିବ ଲୋକଙ୍କ ପାଇଁ ସାତସପନ ପାଲଟି ଯାଉଛି । ଦୁର୍ନୀତି ଗ୍ରସ୍ତ କିଛି ସରକାରୀ ବାବୁ ମାନଙ୍କ ଯୋଗୁଁ ତାହା ଲୋକ ପାଖରେ ସଠିକ୍ ଭାବେ ପହଂଚି ପାରୁନି । ଏସବୁ ଭିତରେ ବହୁ କଷ୍ଟର ଜୀବନ ଅତିବାହିତ କରୁଛନ୍ତି । ସରକାରଙ୍କ ଭିନ୍ନକ୍ଷମ ଭତା ଠାରୁ ଆରମ୍ଭ କରି ଆବାସ ଯୋଜନା ବଂଚିତ ହେଉଛନ୍ତି ।

ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଂଚାୟତର ମୁରୁଗା ଗ୍ରାମର ବରୁଣ ନାୟକ, ୬୯ ବର୍ଷ । ବରୁଣ ପିଲା ଦିନରୁ ବାପାଙ୍କୁ ହରାଇଥିଲେ । ତାଙ୍କର କୈାଣସି ପିଲାପିଲି ନଥିବାରୁ ସେ ତାଙ୍କ ସ୍ତ୍ରୀ ସହିତ ମୁଲଚାଲ କରିଚଳିଥାନ୍ତି। ବାଜା ବଜାଇ ପେଟ ପୋଷିଥାନ୍ତି । ହାତ ଭାଙ୍ଗି ଯିବାରୁ ସେ ବାଜା ବଜାଇ ନପାରିବାରୁ ଦିନକୁ ଦିପଇସା ରୋଜଗାର କରିବା ବି କଷ୍ଟ ହେଉଛି ତାଙ୍କୁ । ଘରେ ବସି ଟୋପି, ଡାଲା, କୁଲା ଓ ବୋଝ ତିଆରି କରି ନିଜ ପେଟ ପୋସିଥାନ୍ତି । ସରକାରୀ ସହାୟତା କହିଲେ ଖାଉଟି ବିଭାଗର ୧୦ କେଜି ଚାଉଳ ।

ବୟସର ଅପରାହ୍ନରେ ମଧ୍ୟ ସେ ଭତା ପାଇପାରୁ ନାହାନ୍ତି । ଘର ଖଣ୍ଡକ ସେ ୫ ବର୍ଷ ତଳେ ଛପର କରିଥିଲେ । ଆବାସ ଯୋଜନାରେ ଖଣ୍ଡିଏ ଘର ପାଇଁ ସ୍ଥାନୀୟ ୱାର୍ଡ ମେମ୍ବର ଠାରୁ ବିଡିଓ ବାରମ୍ବାର କହିଲା ପରେ ମଧ୍ୟ ମିଳି ପାରୁନି । ସେ ଭୁମି ହୀନ ହୋଇ ଥିବାରୁ ତାଙ୍କୁ ଆବାସ ଯୋଜନାରେ ତୁମକୁ ମିଳିପାରିବନି ବୋଲି କୁହନ୍ତି ଅଧିକାରୀ ମାନେ । ଏ ସଂପର୍କରେ ସ୍ଥାନୀୟ ସରପଂଚ କୁହନ୍ତି ସେ ଜଣେ ଦିନ ମଜୁରିଆ ଓ କର୍ମଠ । ସେ ଏନେଇ ଦୁଃଖ ପ୍ରକାଶ କରିବା ସହିତ ବରୁଣଙ୍କୁ ସରକାରି ସାହାୟତା ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାଙ୍କୁ ଏହି ଭତାରୁ ବଂଚିତ କରାଯାଇଛି । ତେଣୁ ଉକ୍ତ ବର୍‌ୁଣଙ୍କୁ ସରକାରୀ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି ସ୍ଥାନୀୟ ଜନସାଧାରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking