39.8 C
Bhubaneswar
Thursday, April 18, 2024
Homeଓଡିଶାମା’ ମଙ୍ଗଳା ମନ୍ଦିରରେ ରତ୍ନମୁଦ ଉତ୍ସବ

ମା’ ମଙ୍ଗଳା ମନ୍ଦିରରେ ରତ୍ନମୁଦ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କାବରା ପଞ୍ଚାୟତ ଦଧିସିଙ୍ଗା ଗ୍ରାମର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନ ଏହି ମନ୍ଦିର ପୀଠ ଚାଳ ଘର ଥିଲା । ପରେ ୧୯୮୦ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଛାତଘର ନିର୍ମାଣ କରାଯାଇଥିଲା । ହେଲେ ମା”ଙ୍କ ମନ୍ଦିର ନବକଳେବର ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଦୀର୍ଘ ୪୧ ବର୍ଷ ପରେ ମା”ଙ୍କ ମନ୍ଦିର ନବକଳେବର ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଛାତ ଘରକୁ ମନ୍ଦିର ନିର୍ମାଣ କରାଯାଉଛି ।

ନୟାଗଡର ମନ୍ଦିର ଶିଳ୍ପୀମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ କରୁଛନ୍ତି । କୋଭିଡ କଟକଣା ଯୋଗୁଁ ଖୁବ୍ କମ୍ ସଂଖ୍ୟକ ଭକ୍ତଙ୍କୁ ନେଇ ଏହି ରତ୍ନମୁଦ ଉତ୍ସବ ଆୟୋଜିତ କରାଯାଇଥିଲା । ଗ୍ରାମ ସଭାପତି ଲକ୍ଷ୍ମିଧର ମହାନ୍ତି ଓ ମନ୍ଦିର ଉଦ୍ୟୋକ୍ତା ସୁଧାକର ବେହେରା ସସ୍ତ୍ରୀକ କର୍ତାଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ ରତ୍ନମୁଦ ଉତ୍ସବରେ ଗ୍ରାମର ବହୁ ଶ୍ରଦ୍ଧାଳୁ ରତ୍ନମୁଦରେ ସୁନା, ରୁପା, ଟଙ୍କା, ଧାନ, ପ୍ରଭୃତି ଧାନ କରିଥିଲେ । ଗ୍ରାମର ସଙ୍କିର୍ତନ ମଣ୍ଡଳି ସଙ୍କିର୍ତନ ପରିବେଷର କରିଥିଲେ । ସଂପାଦକ ଶ୍ରୀବତ୍ସ ମହାନ୍ତି, ଶେଷଦେବ ବିଶ୍ୱାଳ, କମଳ ମହାନ୍ତି, ଶ୍ରୀକାନ୍ତ ମଲିକ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking