29.1 C
Bhubaneswar
Sunday, April 28, 2024
Homeଓଡିଶାଭତା ପାଇବାରୁ ବଞ୍ଚିତ ଗୋଲାପ

ଭତା ପାଇବାରୁ ବଞ୍ଚିତ ଗୋଲାପ

ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ବିଧବା, ଭିନ୍ନକ୍ଷମ, ବୃଦ୍ଧ ଓ ଅବିବାହିତ ଝିଅମାନଙ୍କ ପାଇଁ ଭତା ପ୍ରଦାନ କରିଥା’ନ୍ତି। ମାତ୍ର ଦୁଃଖର ବିଷୟ ଏହି ଭତା ପାଇବାରୁ ବଞ୍ଚିତ ହେଉଛନ୍ତି ଗୋଲାପ ପାତ୍ର । ମିଳିଥିବା ସୁଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବାସ କରୁଛନ୍ତି ଗୋଲାପ ପାତ୍ର (୪୭) । ସେ ଜଣେ ଅବିବାହିତ । ଯିଏକି ଦିନକୁ ଦିଓଳି ଦୁଇ ମୁଠା ଖାଇବାକୁ ଦେବା ପାଇଁ ପାଖରେ କେହି ନାହାନ୍ତି । ତାଙ୍କର ବାପା ଓ ମା’ ଉଭୟ ଚାଲିଯାଇଥିବାରୁ ସେ ଚଳିବା ପାଇଁ କଷ୍ଟକର ହୋଇଯାଇଛି । ସେ ନିଜେ କାମ କଲେ ଯାହା ରୋଜଗାର କରନ୍ତି ତାକୁ ନେଇ ଚଳନ୍ତି । ମାତ୍ର ଦୁଃଖର ବିଷୟ ସେ ଜଣେ ଗରିବ ଓ ଅସହାୟ ଝିଅ ହୋଇଥିବାରୁୁ ତାଙ୍କର ଗୁହାରି କେହି ଶୁଣୁ ନିଥିବା ସେ କହିଛନ୍ତି । ମାତ୍ର ଏହି ଭତା ପାଇଁ ପଞ୍ଚାୟତରେ ବାରମ୍ବାର ଦରଖାସ୍ତ ଦେଲେ ମଧ୍ୟ କେହି ଶୁଣୁ ନାହାନ୍ତି । ସେ ଜଙ୍ଗଲରୁ ବାଉଁଶ ଆଣି ଟୋକେଇ, ଡାଲା, ଚଲା ଓ ବୋଝ ଆଦି ସାମଗ୍ରୀ ତିଆରି କରି ନିଜର ଗୁଜରାଣ ମେଣ୍ଟାଇ ଥାଆନ୍ତି । ତେଣୁ କୋଭିଡ ଯୋଗୁଁ ସେ କୌଣସି ରୋଜଗାର କରି ନପାରିବାରୁ ଦିନେ ଦିନେ ତାଙ୍କୁ ଉପବାସ ରହିବାକୁ ପଡିଥାଏ । ତାଙ୍କୁ ତୁରନ୍ତ ଭତା ପ୍ରଦାନ କରାଯିବା ପାଇଁ ସେ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking