28.1 C
Bhubaneswar
Friday, May 3, 2024
Homeଓଡିଶାଅଭିଯୋଗ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ

ଅଭିଯୋଗ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏନେଇ ଏହାର ପ୍ରତିବାଦରେ ଓଡିଶା ସୁଚନା ଅଧିକାର ଶାଖାର କର୍ମକର୍ତାମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ସୁଚନା ଅନୁଯାୟୀ, ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ପଦପଦବୀରେ ଅଧିକାରୀ ମାନେ ତାଙ୍କର ଗାଦି ମାଡି ବସିଛନ୍ତି । ନିଜର ଅଧିପତ୍ୟ ବିସ୍ତାର କରିବା ସହିତ ବିଭିନ୍ନ ଦୁର୍ନୀତି କାମ କରିବାକୁ ପଛାଉନାହାନ୍ତି। ଏ ସଂକ୍ରାନ୍ତରେ ଶାଖା ତରଫରୁ ରାଜ୍ୟସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସରକାରୀ ଅଧିକାରୀ ଏବଂ ଦଲାଲ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ବଳି ପଡିଯାଉଛନ୍ତି ସାଧାରଣ ଲୋକ । ବେଆଇନ ଭାବେ ଚାଲିଛି ଖଣି ନିଲାମ କାରବାର ରୋକିବା ବଦଳରେ ପାଲଟା ଆକ୍ରମଣ କରାଯାଉଛି । ଆଦିବାସୀଙ୍କ ଜମି ବିକ୍ରି ଅନୁମତି ଦେଇ ଅର୍ଥ ଆଦାୟକରାଯାଉଛି, ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଅର୍ଥ ଅଦାୟ କରାଯାଉଛି, ପଟ୍ଟାରେ ଭୁଲ କରିଥିବା ସରକାରୀ କର୍ମଚାରୀଙ୍କ ଶୋଷଣର ଶିକାର ହେଉଛି ଗରୀବ ନିଶହାୟ ଲୋକଟିଏ । ଓଡିଆରେ ନାମ ଫଳକ ଲେଖିବା ନିୟମ ଖୋଲାଖୋଲି ଉଲଂଘନ କରିବା। ଏ ସବୁ ସମସ୍ୟାର ସମାଧାନ ନିମନ୍ତେ ଶାଖାର ସଦସ୍ୟମାନେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking