29.1 C
Bhubaneswar
Saturday, April 20, 2024
Homeଓଡିଶାଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବିପନ୍ନ ପରିବାର

ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବିପନ୍ନ ପରିବାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କନ୍ଦରସିଂହା ଡଙ୍ଗା ବୁଡି ଘଟଣାକୁ ପ୍ରାୟ ୧୪ ବର୍ଷ ବିତିଗଲାଣି । ଏହି ଡଙ୍ଗାବୁଡି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଏବେବି ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଭଙ୍ଗ ଦଦରା ଘରେ ଖରା, ବର୍ଷ, ଶିତ ଓ କାକରରେ ପିଲା ଛୁଆଙ୍କୁ ଧରି ଜୀବନ ବିତାଉଛନ୍ତି । ଡଙ୍ଗାବୁଡି ଘଟଣାରେ କୈାଣସି ସାହାର୍ଯ୍ୟ ସହଯୋଗ ମିଳିନଥିଲା । ଏମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ମଧ୍ୟ ସାତସପନ ପାଲଟି ଯାଇଛି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦରସିଂହା ବ୍ରାହ୍ମଣୀ ନଦୀ ଘାଟରେ ୨୦୦୭ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଡଙ୍ଗାବୁଡି ଅଘଟଣ ହୋଇଥିଲା । ଏହି ଡଙ୍ଗାବୁଡି ଘଟଣାରେ କନ୍ଦରସିଂହା ଗ୍ରାମର ୬ ଜଣ ଲୋକ ପ୍ରାଣ ହରାଇଥିଲେ । ଦୀର୍ଘ ୧୪ ବର୍ଷ ତଳର ଲୋକହର୍ଷ କାରୀ ଘଟଣା ଲୋକଙ୍କ ମନରୁ ଲିଭିନି । କମଳାଙ୍ଗ ଗ୍ରାମରେ ମାଘମେଳା ଦେଖିପାଇଁ ଏହି ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଓ ମହିଳା ଥିଲେ । ମାତ୍ର ଦୁଃଖର ବିଷୟ ନଦୀ ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ଅଗ୍ନିଶମ ବାହିନି ଓ ସ୍ଥାନୀୟ ବାସିନ୍ଧାଙ୍କ ସହଯୋଗରେ ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ସେହି ଗ୍ରାମର ଚମ୍ପା ସାହୁ (୬୦), ଶ୍ରୁଭାଂଶୁ (୧୪), ଅମିତ (୨), ଧର୍ମାନନ୍ଦ (୪୮), ପ୍ରଶାନ୍ତି (୬) ପ୍ରାଣ ହରାଇଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ନିଖୋଜ ଧର୍ମାନନ୍ଦଙ୍କ ପୁଅ ବାଇନ (୪) । ଏହି ଲୋମହର୍ଷକାରୀ ଘଟଣା ଗ୍ରାମର ୪ ଟି ପରିବାରର ହସଖୁସିର ସଂସାର ଉଜୁଡି ଯାଇଥିଲା । ତେବେ ସେହି ଏହି ଘଟଣାରେ ସେମାନଙ୍କୁ କୈାଣସ ସହାୟତା ମିଳିନଥିଲା । ଆଜି ବି ସେମାନଙ୍କ ଆଖିରୁ ଲୁହ ଶୁଖିନି । ଭଙ୍ଗା ଦଦରା ଘରେ ଏବେବି ୬ଜଣ ସଦସ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି । ଆଜି ବି ସରକାରୀ ଯୋଜନାରେ ପକ୍କା ଘରଟିଏ ମିଳିନି । ଅସହାୟ ପରିବାରକୁ ତୁରନ୍ତ ସହାୟତା ମିଳିବା ନେଇ ଗ୍ରାମବାସୀ ତରଫରୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking