30.1 C
Bhubaneswar
Friday, April 26, 2024
Homeଓଡିଶାବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି: ମାର୍ଚ୍ଚ ସୁଦ୍ଧା ହୋଇପାରେ ଉପନିର୍ବାଚନ

ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି: ମାର୍ଚ୍ଚ ସୁଦ୍ଧା ହୋଇପାରେ ଉପନିର୍ବାଚନ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଭଦ୍ରଖ ଜିଲ୍ଲାର ଧାମନଗର ବିଧାନସଭା କ୍ଷେତ୍ର ଖାଲିହୋଇଛି । ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବିଧାନସଭା ସଚିବାଳୟକୁ ବିଧିବଦ୍ଧ ଭାବେ ଜଣାଇଦେଇଛନ୍ତି । ବିଧାନସଭା ପକ୍ଷରୁ ଏହି ଚିଠି ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଜଣାଇଦିଆଯାଇଛି । ସିଇଓ ଏ ସଂପର୍କରେ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କୁ ଚିଠି ଲେଖିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଆଗାମୀ ମାର୍ଚ୍ଚ ସୁଦ୍ଧା ଧାମନଗର ଆସନ ପାଇଁ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି ।

ସାମ୍ବିଧାନିକ ବ୍ୟବସ୍ଥାନୁସାରେ ଖାଲିଥିବା ବିଧାନସଭା ଆସନ ପାଇଁ ୬ ମାସ ଭିତରେ ଉପନିର୍ବାଚନ ହେବା କଥା । ବିଶେଷ ସ୍ଥିତି ନ ଉପୁଜିଲେ ଧାମନଗର ଆସନ ପାଇଁ ସେହିନିୟମ ଲାଗୁ ହେବ । କାରଣ ବିଧାୟକ ଥିବା ଅବସ୍ଥାରେ ସ୍ୱର୍ଗତ ସେଠୀଙ୍କ ଆକାଳ ବିୟୋଗ ହୋଇଛି । ତାଙ୍କର କାର୍ଯ୍ୟକାଳ ଆହୁରି ପ୍ରାୟ ଦେଢ଼ ବର୍ଷ ରହିଛି । ଆସନ ଖାଲି ହୋଇଥିବା ସଂପର୍କିତ ଖବର ବିଧାନସଭା ପକ୍ଷରୁ ଆଗୁଆ ଜଣାଇ ଦିଆଯାଇଛି । ସିଇଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଚିଠି ଦେଇ ଜଣାଇବା ପରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୪େରେ ସାଧାରଣ ନିର୍ବାଚନ ଥିବାରୁ ଧାମନଗର ଆସନକୁ ସେତେ ପର୍ଯ୍ୟନ୍ତ ବିଡ଼ା ପ୍ରତିନିଧିତ୍ୱରୁ ବଞ୍ଚିତ କରାଯିବ ନାହିଁ । ସେହି ଦୃଷ୍ଟିରୁ ମାର୍ଚ୍ଚ ଶେଷ ବା ଏପ୍ରିଲ ପ୍ରଥମ ସପ୍ତାହ ଭିତରେ ଧାମନଗର ଆସନରେ ଉପନିର୍ବାଚନ ହେବ ବୋଲି ଆକଳନ କରାଯାଇଛି ।
ଚଳିତ ଷୋଡ଼ଶ ଓଡ଼ିଶା ବିଧାନସଭାର ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ମିଶାଇ ମୋଟ୍ ୫ ସଭ୍ୟଙ୍କ ଅକାଳ ମୃତ୍ୟୁ ହୋଇଛି । ସେଥିପାଇଁ ଉପନିର୍ବାଚନ ବି ହୋଇଛି । ସେଇସବୁ ଆସନଗୁଡ଼ିକ ହେଉଛି ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଓ ବ୍ରଜରାଜନଗର। ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ ନଭେମ୍ବର ୨୦୨୦ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ୩୦ ସେପ୍ଟେମ୍ବର ୨୦୨୧ରେ ପିପିଲି ଓ ୩୦ ମେ ୨୦୨୨ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯାଇଥିଲା । କାରଣ ୧୭ ଜୁନ୍ ୨୦୨୦ରେ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ, ୭ ଜୁଲାଇ ୨୦୨୦ରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ୪ ଅକ୍ଟୋବର ୨୦୨୦ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ୩୦ ଡିସେମ୍ବର ୨୦୨୧ରେ ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking