29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବାର୍ଡ ହିଟ୍‌କୁ ନେଇ ଡିଜିସିଏର ଗାଇଡ୍‌ଲାଇନ୍‌

ବାର୍ଡ ହିଟ୍‌କୁ ନେଇ ଡିଜିସିଏର ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ : ଦେଶର ବିଭିନ୍ନ ବିମାନ ବନ୍ଦରରେ ପକ୍ଷୀ ଏବଂ ଅନ୍ୟ ଜୀବଙ୍କର ବିମାନ ସହ ଧକ୍କା ଲାଗିବା (ବାର୍ଡହିଟ୍‌) ଘଟଣାକୁ ରୋକିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଶନିବାର କଡ଼ା ଗାଇଡ୍‌ଲାଇନ୍ ଜାରି କରିଛି । ଏହା ସହିତ ଯେକୌଣସି ମନ୍ୟଜନ୍ତୁଙ୍କ ଗତିବିଧି ଉପରେ ପାଇଲଟ୍‌ଙ୍କୁ ସୂଚନା ଦେବାକୁ କୁହାଯାଇଛି । ଗତ କିଛ ସପ୍ତାହରେ ବିମାନ ସହ ପକ୍ଷୀଙ୍କ ଧକ୍କା ଲାଗିବା ଘଟଣା ସାମ୍ନାକୁ ଆସିଛି । ଅଗଷ୍ଟ ୪ ତାରିଖରେ ଗୋ-ଫାର୍ଷ୍ଟର ଏକ ବିମାନ ଚଣ୍ଡିଗଡ଼ ଅଭିମୁଖେ ଉଡ଼ାଣ କରିବା ବେଳେ ଏକ ପକ୍ଷୀ ସହିତ ଧକ୍କା ଲାଗିବା ଫଳରେ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରିଆସିଥିଲା । ଏହା ପୂର୍ବରୁ ଜୁନ୍ ୧୯ରେ ପାଟନାରୁ ୧୮୪ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ସାଇସ୍‌ଜେଟ୍ ବିମାନର ଇଞ୍ଜିନ୍‌ରେ ନିଆଁ ଲାଗିଯିବା କାରଣରୁ କିଛି ସମୟ ପରେ ଏହାର ଜରୁରୀ ଅବତରଣ କରାଯାଇଥିଲା । ପ୍ରକୃତରେ ପକ୍ଷୀ ଧକ୍କା ଲାଗିବା ପରେ ଏହାର ଇଞ୍ଜିନ୍‌ରେ ସମସ୍ୟା ଦେଖାଦେଇଥିଲା ।

ଡିଜିସିଏ ପକ୍ଷରୁ ଶନିବାର ଜାରି ଗାଇଡ୍‌ଲାଇନ୍‌ରେ ସମସ୍ତ ବିମାନ ବନ୍ଦର ପରିଚାଳକଙ୍କୁ ବନ୍ୟଜନ୍ତୁ ବିପଦ ପ୍ରବନ୍ଧନ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି । ସମସ୍ତ ବିମାନ ବନ୍ଦର ଏହାର ଆଖପାଖ ଅଞ୍ଚଳରେ ଏହି ଗାଇଡ୍‌ଲାଇନ୍‌ର କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଡିଜିସିଏ ସମସ୍ତ ବିମାନ ବନ୍ଦର ପରିଚାଳକଙ୍କୁ ବନ୍ତ୍ୟଜନ୍ତୁଙ୍କଠାରୁ ଥିବା ବିପଦର ଆକଳନ କରିବାକୁ କୁହାଯାଇଛି। ଏହା ବ୍ୟତୀତ ନିୟମିତ ଗସ୍ତ କରିବାକୁ ମଧ୍ୟ କୁହାଯାଇଛି । ଡିଜିସିଏ ପ୍ରମୁଖ ଅରୁଣ କୁମାର ଏକ ସାକ୍ଷାତକାରରେ କହିଛନ୍ତି, ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ପକ୍ଷରୁ ନିର୍ଦ୍ଧାରିତ ସମସ୍ତ ପ୍ରୋଟୋକଲ୍‌ର ପାଳନ କରାଯାଉଛି । ଗତ କିଛି ସପ୍ତାହରେ ଭାରତୀୟ ଏୟାରଲାଇନ୍ସ କମ୍ପାନୀଙ୍କୁ କେତେଥର ଟେକ୍‌ନିକ୍ ଗଡ଼ବଡ଼ି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଡିଜିସିଏ ସ୍ପାଇସ୍‌ଜେଟ୍‌କୁ ଫ୍ଲାଇଟ୍‌ରେ ହ୍ରାସ ପାଇ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking