37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିମାନ ଯାତ୍ରୀଙ୍କ ବ୍ୟାଗ୍‌ରୁ ଦୁର୍ଲ୍ଲଭ ପ୍ରଜାତିର ସାପ, ମାଙ୍କଡ଼ ଜବତ

ବିମାନ ଯାତ୍ରୀଙ୍କ ବ୍ୟାଗ୍‌ରୁ ଦୁର୍ଲ୍ଲଭ ପ୍ରଜାତିର ସାପ, ମାଙ୍କଡ଼ ଜବତ

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ବ୍ୟାଙ୍କକ୍‌ରୁ ଆସିଥିବା ଏକ ବିମାନ ଯାତ୍ରୀଙ୍କ ବ୍ୟାଗ୍‌ରୁ ଦୁର୍ଲ୍ଲଭ ପ୍ରଜାତିର ଅତିକମ୍‌ରେ ୨୩ ଜନ୍ତୁ ଜବତ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଡିବ୍ରେଜା ମାଙ୍କଡ଼, ୧୫ କିଙ୍ଗ୍ ସ୍ନେକ୍‌, ୫ ବଲ୍ ପାୟଥନ୍ (ଅଜଗର) ଏବଂ ଦୁଇଟି ଏଲ୍‌ଡବ୍ରା କଇଁଛ ମିଳିଥିଲେ । ଏହି ବ୍ୟକ୍ତି ଏହି ସମସ୍ତ ଜୀବନ୍ତ ଜନ୍ତୁଙ୍କୁ ଅବୈଧ ଭାବେ ଆଣୁଥିଲା । ଚେନ୍ନାଇ ବିମାନ ବନ୍ଦର କଷ୍ଟମ୍ସ ଅଧିକାରୀ କହିଛନ୍ତି ଏହି ବନ୍ୟଜନ୍ତୁଙ୍କୁ ପଶୁ ସଙ୍ଗରୋଧ ଏବଂ ପ୍ରମାଣନ ସଂସ୍ଥାର ପରାମର୍ଶକ୍ରମେ ଥାଇ ଏୟାରୱେଜ୍ ମାଧ୍ୟମରେ ସେମାନଙ୍କର ମୂଳ ଦେଶକୁ ପଠାଇ ଦିଆଯାଇଛି ।

ଅନ୍ୟପକ୍ଷରୁ ସମ୍ପୃକ୍ତ ବିମାନ ଯାତ୍ରୀଙ୍କୁ ଗିରଫ କରାଯିବା ସହ ମାମଲାର ତଦନ୍ତ କରାଯାଉଛି । ଘଟଣା ଅଗଷ୍ଟ ୧୧ ତାରିଖର ଏବଂ କଷ୍ଟମ୍ସ ବିଭାଗ ଗୁଇନ୍ଦା ସୂଚନା ଅନୁସାରେ ଟିଜି-୩୩୭ ବିମାନରେ ବ୍ୟାଙ୍କକ୍‌ରୁ ଆସିଥିବା ପ୍ୟାକ୍ସ ନାମକ ଯାତ୍ରୀଙ୍କୁ ଅଟକାଇ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲା । ସୂଚନାଯୋଗ୍ୟ, ଜୁନ୍ ୨୯ ତାରିଖରେ ୧୦୯ ଜୀବନ୍ତ ଜନ୍ତୁଙ୍କ ତସ୍କରୀ ଉଦ୍ୟମ କରୁଥିବା ଅଭିଯୋଗରେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ବିମାନ ବନ୍ଦରରେ ଦୁଇଜଣ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking