24.1 C
Bhubaneswar
Thursday, May 9, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା

ମୌଳିକ ସୁବିଧାରୁ ବଞ୍ଚିତ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା

ଦେବଗଡ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ଜନକଲ୍ୟାଣ ଯୋଜନା କରୁଥିଲେ ମଧ୍ୟ ଏହି ଯୋଜନା ସବୁ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତ ମହୁପାଳ ଗ୍ରାମର ବାସ୍ତବିକ ସ୍ଥିତି ଠାରୁ ବହୁ ଦୂରରେ । ଦେଶ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପାନୀୟଜଳ, ବିଜୁଳି ଆଲୁଅ, ଘରଡିହ, ଚାଷ ଜମି ଓ ରାସ୍ତା ଭଳି ମୌଳିକ ସୁବିଧା ରୁ ବଞ୍ଚିତ ମହୁପାଳ ଗ୍ରାମର ୩୦ ଆଦିବାସୀ ପରିବାର ଓ ୧୧୦ ଜନ ସଂଖ୍ୟା ବିଶିଷ୍ଟ ୨୬ ଭୂୟାଁ ଓ ୪ କନ୍ଧ ଆଦିବାସୀ ସଂପ୍ରଦାୟ ପରିବାର ପିଢ଼ି ପିଢ଼ି ଧରି ଉକ୍ତ ଗ୍ରାମରେ ବସବାସ କରି ଆସୁଥିଲେ ମଧ୍ୟ ଏଯାଏ ମୌଳିକ ସୁବିଧାରୁ ବଞ୍ଚିତ ରହି ଦୟନୀୟ ଜୀବନ ଯାପନ କରୁଛନ୍ତି ।

ମହୁପାଳ ଗ୍ରାମକୁ ପହଞ୍ଚିବା ପାଇଁ ତିନୋଟି ପାହାଡର ପାଦଚଳା ରାସ୍ତା ଅତିକ୍ରମ କରିବା ସହ ଦୁଇଟି ନାଳ ପାରିକରିବାକୁ ପଡିଥାଏ ଓ ରୋଗୀ ଓ ଗର୍ଭବତୀଙ୍କ ପାଇଁ ଖଟିଆ ସାହା ଥିବାବେଳେ ଆମ୍ବୁଲାନ୍ସ ସେବା ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ଓ ପିଇବା ପାଣି ପାଇଁ ପାହାଡ଼ି ନାଳ ଭରସା ଥିବାବେଳେ ବସୁଧା ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ଗପ ଓ ସରକାରୀ ଚାଉଳ ଗଣ୍ଡେ ପାଇଁ ୧୦ କି.ମି ପାହାଡ଼ି ପାଦ ଚଲାରାସ୍ତାରେ ଭାର ହିଁ ଭରସା ଓ ଶିକ୍ଷାରୁ ବଞ୍ଚିତ ଗ୍ରାମର ଶିଶୁ ଓ ଶିକ୍ଷା,ସ୍ୱାସ୍ଥ୍ୟ ,ଗମନା ଗମନ,ଖାଦ୍ୟ ଓ ପାନୀୟ ଭଳି ମୌଳିକ ସୁବିଧା ପାଇଁ ପାହାଡ ଉପରୁ ପାହାଡ ତଳକୁ ଆସି ମଶିନିତା ମୌଜାରେ ବସତି ସ୍ଥାପନ ପାଇଁ ଅନୁମତି ଦାବିରେ ଗ୍ରାମବାସୀ ବର୍ଷବର୍ଷ ଧରି ପ୍ରଶାସନ ଓ ନିର୍ବାଚିତ ଜନପ୍ରଧିନିଧିଙ୍କ ଆଗରେ ନେହୁରା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଆଜି ଉକ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଥିଲେ ଓ ଆଜି ଉକ୍ତ ଗ୍ରାମର କୈଳାଶ ଚନ୍ଦ୍ର ଭୋଇ, ସଞ୍ଜୟ ଷଣ୍ଢିଆ ଓ ଯଦୁମଣି ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ବହୁ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସାମ୍ବିଧାନିକ ସୁବିଧା ଦାବିରେ ହାତରେ ପ୍ଲାକାର୍ଡ ଧରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ ଓ ଅପହଞ୍ଚ ଗ୍ରାମର ଗ୍ରାମବାସୀଙ୍କ ଦାବିର ଯଥାର୍ଥତାକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ଧାରଣାରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବାସହ ଆଗାମୀ ଏକ ସପ୍ତାହ ମଧ୍ୟରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନ ଏକ ବୈଠକ କରି  ସେମାନଙ୍କ ଦାବି ପୂରଣ ପାଇଁ ଉଦ୍ୟମ କରାଯିବାର ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking