38.1 C
Bhubaneswar
Friday, April 26, 2024
Homeଖେଳଆଇଏସ୍‌ଏଲ୍‌-୭ : ଫୋଣ୍ଡ୍ରେଙ୍କ ଗୋଲ୍‌ରେ, ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ଆଇଏସ୍‌ଏଲ୍‌-୭ : ଫୋଣ୍ଡ୍ରେଙ୍କ ଗୋଲ୍‌ରେ, ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ଗୋଆ : ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ବୁଧବାର ୨୨ତମ ଲିଗ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ମୁମ୍ବାଇ ସିଟି ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ଆଡାମ୍ ଲେ ଫୋଣ୍ଡ୍ରେ ୭୫ତମ ମିନିଟ୍‌ରେ ଦେଇଥିବା ଗୋଲ୍‌ଟି ମୁମ୍ବାଇକୁ ପ୍ରତିଯୋଗିତାରେ କ୍ରମାଗତ ଚତୁର୍ଥ ବିଜୟ ପ୍ରଦାନ କରିଛନ୍ତି । ଜିଏମ୍‌ସି ଷ୍ଟାଡିୟମ୍ ବାମ୍ବୋଲିମ୍‌ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୪୦ତମ ମିନିଟ୍‌ରେ ଚେନ୍ନାୟିନ୍ ଏଫସି ଅଗ୍ରଣୀ ନେଇଥିଲେ ହେଁ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ହର୍ନାନ୍ ସାଣ୍ଟାନା ଓ ଫୋଣ୍ଡ୍ରୋଙ୍କ ଗୋଲ୍‌ରେ ମୁମ୍ବାଇ ସମୁଦାୟ ୧୨ ପଏଣ୍ଟ୍ ସହ ଟେବଲ୍‌ର ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିଛି ।

ଅନ୍ୟପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିଥିବା ଚେନ୍ନାୟିନ୍ ଦ୍ୱିତୀୟ ପରାଜୟ ସହ ସମୁଦାୟ ୪ ପଏଣ୍ଟ୍ ପାଇ ଟେବଲ୍‌ର ଅଷ୍ଟମ ସ୍ଥାନକୁ ଖସିଯାଇଛି । ମ୍ୟାଚ୍‌ରେ କୋଚ୍ ସର୍ଗିଓ ଲୋବେରା ମୁମ୍ବାଇ ଟିମ୍‌ର ଚୂଡ଼ାନ୍ତ ଏକାଦଶରେ ୪ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଥିଲେ । ସେହିପରି ଚେନ୍ନାୟିନ୍ ଟିମ୍‌ରେ ସାବା ଲାଜଲୋ ଦୁଇଟି ପରିବର୍ତ୍ତନ କରି ଫତଖୁଲୋ ଫତ୍‌ଖୁଲୋଭ୍ ଓ ଜର୍ମନ୍‌ପ୍ରୀତ୍ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଥିଲେ । ୪୦ତମ ମିନିଟ୍‌ରେ ଚାଙ୍ଗଟେଙ୍କ ସହଯୋଗ କ୍ରମେ ସିଲଭେଷ୍ଟର୍ ଏକ ସହଜ ଗୋଲ୍ ଦେଇଥିଲେ । ତେବେ ପ୍ରଥମାର୍ଦ୍ଧ ଖେଳ ପରେ ଅତିରିକ୍ତ ସମୟର ଚତୁର୍ଥ ମିନିଟ୍ (୪୫+୪)ରେ ସ୍ପେନୀୟ ଖେଳାଳି ସାଣ୍ଟାନା ସ୍ଥିତି ବରାବର କରିଥିଲେ । ଦ୍ୱିତୀୟାର୍ଦ୍ଧରେ ବୋମୋସ୍‌ଙ୍କ ହେଡର୍‌କୁ ଇଂଲିଶ୍ ଫୁଟବଲର୍ ଫୋଣ୍ଡ୍ରେ ଗୋଲ୍‌ରେ ପରିଣତ କରି ତାଙ୍କର ଚତୁର୍ଥ ଗୋଲ୍ ଦେବା ସହ ମୁମ୍ବାଇକୁ ୨-୧ରେ ଆଗୁଆ କରାଇଥିଲେ । ଶେଷ ପର୍ଯ୍ୟନ୍ତ ଦଳ ଏହି ଅଗ୍ରଣୀକୁ ବଜାୟ ମଧ୍ୟ ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking