29.1 C
Bhubaneswar
Tuesday, May 7, 2024
Homeଓଡିଶାପୋଲ ନିର୍ମାଣ ପାଇଁ ଛଡ଼ ବାନ୍ଧୁଥିବା ବେଳେ ୧ ଶ୍ରମିକ ମୃତ, ୪ଗୁରୁତର

ପୋଲ ନିର୍ମାଣ ପାଇଁ ଛଡ଼ ବାନ୍ଧୁଥିବା ବେଳେ ୧ ଶ୍ରମିକ ମୃତ, ୪ଗୁରୁତର

ଦେବଗଡ଼  : ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଳକୁଦର ଗ୍ରାମ ଠାରେ ରାସ୍ତା ପୋଲ ନିର୍ମାଣ ବେଳେ ଛଡ଼ ତଳେ ଚାପି ହୋଇ ଜଣେ ଶ୍ରମିକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି l ଦମକଳ ବାହିନୀ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଦୁର୍ଘଟଣା ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ସୂଚନା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୯ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଂସର ରାସ୍ତାର ନିର୍ମାଣ କାର୍ଯ୍ୟ ଏକ ଘରୋଇ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିବା ବେଳେ ଏହି ରାସ୍ତା ନିର୍ମାଣ ବେଳେ ପାଳକୁଦର ଗ୍ରାମ ନିକଟରେ ଏକ ପୋଲନିର୍ମାଣ ପାଇଁ ଆଜି ସକାଳେ ଶ୍ରମିକ ମାନେ ଆସି ଛଡ଼ ବନ୍ଧେଇ କରୁଥିବା ସମୟରେ ପୂର୍ବରୁ ବନ୍ଧେଇ କରାଯାଇ ସପୋର୍ଟରଡ଼ ସହାୟତା ରେ ଛିଡା କରାଯାଇଥିବା ଛଡ ସପୋର୍ଟ ରଡ଼ ଭାଙ୍ଗିଯିବା କାରଣ ରୁ ମାଡି ବସିଥିଲା l

ଫଳରେ ସେଠାରେ କାମ କରୁଥିବା ସିଦ୍ଧାନ୍ତ ନାଏକ (୧୯)ନାମକ ଶ୍ରମିକ ଛଡ଼ ତଳେ ଚାପି ହୋଈ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ କାନ୍ତା ସାହା, ଜୋହାନ କେର୍କେଟା, ଅନ୍ତର୍ଯ୍ୟାମୀ ନାଏକ,ବାଦଳ ନାଏକ ଓ ନୀଳାଞ୍ଚଳ ନାଏକ ପ୍ରମୁଖ ଗୁରୁତର ଆହତ ହୋଇଥିଲେ l ଅନ୍ୟ ପକ୍ଷରେ ନିର୍ମାଣ କରି ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ବେଳେ ଶ୍ରମିକ ଙ୍କ ସୁରକ୍ଷା ପ୍ରତି କୌଣସି ବ୍ୟବସ୍ଥା ନକରି କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମଧ୍ଯ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଇ କାର୍ଯ୍ୟ ହାସଲ କରାଉଥିବା ଅନ୍ୟ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ସେହିପରି ମୃତ ଶ୍ରମିକ ଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ମୃତକ ଙ୍କ ପରିବାର ଲୋକେ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking