33.1 C
Bhubaneswar
Friday, April 26, 2024
Homeଓଡିଶାଲକ୍‌ଡାଉନ ଯୋଗୁ ବସ୍ତ୍ର ବିକ୍ରୀ ନେଇ ଚିନ୍ତାରେ ବୁଣାକାର

ଲକ୍‌ଡାଉନ ଯୋଗୁ ବସ୍ତ୍ର ବିକ୍ରୀ ନେଇ ଚିନ୍ତାରେ ବୁଣାକାର

କୋଟପାଡ଼ : ବିଶ୍ଵ ପ୍ରସିଦ୍ଧ ପ୍ରାକୃତିକ ରଙ୍ଗରେ ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରୁଥିବା ଶିଳ୍ପୀ ଗ୍ରାମ କୋଟପାଡ ମିର୍ଗାନ ସାହିରେ ପଡିଛି କରୋନା ତାଲା ବନ୍ଦର ପ୍ରଭାବ। କୋରାପୁଟ ଜିଲ୍ଲା କୋଟପାଡରେ ରହୁଥିବା ବୁଣାକାର ମାନଙ୍କ ଉପରେ କରୋନା ଗୁରୁତର ପ୍ରଭାବ ପୋକେଇଛି ନା ଆସୁଛନ୍ତି ବିଦେଶୀ ପର୍ଯ୍ଯଟକ ନା ବସ୍ତ୍ର କୋଉଠି ରପ୍ତାନୀ ହୋଉଛି ଦୁଃଖ କଷ୍ଟରେ ଦିନ ବିତାଉଛନ୍ତି କୋଟପାଡ ର ବୁଣାକାର ପରିବାର କୋରାପୁଟ ଜିଲ୍ଲା କୋଟପାଡ ବୟନ ଶିଳ୍ପକୁ ନେଇ କୋରାପୁଟ ଜିଲ୍ଲା ବିଶ୍ଵ ଦରବାରରେ ବେଶ ପରିଚିତ ଏଠାକାର ହସ୍ତତନ୍ତ ସାମଗ୍ରୀ ସ୍ବତନ୍ତ୍ର ଚାହିଦା ବଜାରରେ ରହିଛି। ଦେଶ ଏବଂ ଦେଶ ବାହାରେ ମଧ୍ୟ କୋଟପାଡ ର ହସ୍ତତନ୍ତ ବସ୍ତ୍ରକୁ ଲୋକେ ବହୁଳ ପରିମାଣରେ ବ୍ୟବହାର କରିଥାନ୍ତି ବୟନ ଶିଳ୍ପ ଉପରେ କୋଟପାଡର ଶହ ଶହ ପରିବାର ନିର୍ଭରଶୀଳ ତେବେ ଲୋକ୍ ଡାଉନ୍ ଯୋଗୁଁ ଏହି କ୍ଷେତ୍ରରେ ବିଶେଷ ଭାବରେ ପ୍ରଭାବିତ କରିଛି।

ବଜାର ବନ୍ଦ ରହିଛି ହସ୍ତତନ୍ତ ପାଇଁ କଞ୍ଚାମାଲ ଉପଲବ୍ଧ ହୋଇପାରୁ ନାହିଁ କୋଟପାଡରେ ସୁତାରେ ରଙ୍ଗ ଦେବା ପାଇଁ ଆଲ ଗଛର ଚେର ଆବଶ୍ୟକ ପଡିଥାଏ କିନ୍ତୁ ସେଇଟା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ହିଁ ଉପଲବ୍ଧ ଲୋକ୍ ଡାଉନ୍ ଯୋଗୁଁ ବନ୍ଦ ରହିବାରୁ କଞ୍ଚାମାଲ ଆସିପାରୁ ନାହିଁ। ବର୍ତ୍ତମାନ ଏଠାକାର ବୁଣାକାର ମାନେ ସରକାରୀ ସ୍ତରରେ ବୟନିକା ବା ଅନ୍ୟାନ୍ୟ ସ୍ତାନରେ ଦେଇଥାନ୍ତି କିନ୍ତୁ ସବୁ ବନ୍ଦ ରହିବା କାରଣରୁ ଏଠାକାର ବୁଣାକାର ମାନଙ୍କୁ ଚଳିବାରେ ଅସୁବିଧା ହୋଉଛି। ସେପଟେ ଏମାନଙ୍କ ବର୍ତ୍ତମାନ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥିବା କିଛି ବୁଣାକାର ପ୍ରକାଶ କରିଛନ୍ତି।

ବୁଣିଥିବା ବସ୍ତ୍ର ବିକ୍ରି ହେଉନଥିବା ଯୋଗୁଁଏହି ବୁଣାକାର ପରିବାର ବର୍ଗଙ୍କୁ ଅଧିକ ଚିନ୍ତାରେ ପକାଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସରକାର ଏପର୍ଯ୍ଯନ୍ତ ସହାୟତା ଘୋଷଣା କରିନାହାଁନ୍ତି। ଏହାକୁ ନେଇ ଏମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମୁଖ୍ୟତଃ କୋଟପାଡର ହସ୍ତତନ୍ତ ସାମଗ୍ରୀ ବିଦେଶୀ ପର୍ଯଟକଙ୍କୁ ବେଶ ଆକୃଷ୍ଟ କରିଥାଏ କୋଟପାଡରେ ଆସୁଥିବା ବିଦେଶୀ ପର୍ଯ୍ଯଟକ ମାଧ୍ୟମରେ ବୁଣାକାର ମାନଙ୍କ ରୋଜଗାର ହୋଇଥିବା। ଆମେରିକା,ଜର୍ମାନୀ,ଇଟାଲୀ ,ଫ୍ରାନ୍ସଭଳି ବିଭିନ୍ନ ବିଦେଶୀ ପର୍ଯଟକ ଆସି କୋଟପାଡର ହସ୍ତତନ୍ତ ସାମଗ୍ରୀ ବହୁ ମାତ୍ରାରେ ନେଇଥାନ୍ତି। କିନ୍ତୁ କରୋନା ଯୋଗୁଁ ବିଦେଶୀ ପର୍ଯଟକ ଆଉ ଆସୁନାହାନ୍ତି। ଅନ୍ଯପଟେ ବୁଣାକାର ଭାଇମାନେ ଅନ୍ୟ ରାଜ୍ୟ ତଥା ଅନ୍ୟାନ୍ୟ ମେଳାରେ ଅଙ୍ଗସଗ୍ରହଣ କରି କୋଟପାଡ ବସ୍ତ୍ର କୁ ବିକ୍ର କରିଥାନ୍ତି।

ତଥା ଦିଲ୍ଲୀ, ଆଗ୍ରା, ମୁମ୍ବାଇ, ଚେନ୍ନାଇ, କୋଲକତା ଭଳି ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ପହଞ୍ଚି ସାମଗ୍ରୀ ବିକ୍ରୟ କରିଥାନ୍ତି ଏହିପରି କୋଟପାଡ ର ବୁଣାକାର ମାନଙ୍କ ରୋଜଗାର ହୋଇଥାଏ କିନ୍ତୁ କରୋନା ର ଭୟାବହ ଦେଖି ସାରା ଦେଶରେ ଲୋକ୍ ଡାଉନ୍ ଘୋଷଣା କରାଯାଇଛି ସେଥିପାଇଁ ବୁଣାକାର ମାନେ ଅନ୍ୟ ରାଜ୍ୟକୁ ଯାଇପାରୁ ନାହାନ୍ତି କି ବିଦେଶୀ ପର୍ଯଟକ ଆସୁନାହାନ୍ତି ଫଳରେ ଘରେ ଘରେ ତିଆରି ହୋଇଥିବା ବସ୍ତ୍ର ଥାକ ମାରି ଅନେଇ ବସିଛନ୍ତି। ବସ୍ତ୍ର ବିକ୍ର ନ ହେବା କାରଣରୁ ଏମାନଙ୍କ ପାଖରେ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking