32.1 C
Bhubaneswar
Friday, April 26, 2024
Homeଅପରାଧଏସିଡ ମାମଲାରେ ପୋଲିସର ହେଳା

ଏସିଡ ମାମଲାରେ ପୋଲିସର ହେଳା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏକ ଘଟଣା ଯାହା ପୋଲିସର ଅକାମୀକୁ ଦର୍ଶାଇଛି । ଦିଲ୍ଲୀର କିରାଡ଼ୀରେ ରହୁଥିବା ଏକ ମହିଳାକୁ ଗତ ଜାନୁୟାରୀ ମାସରେ ତା ଶ୍ୱଶୁର ଘର ଲୋକେ ଏସିଡ୍ ପିଇବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଘଟଣାକୁ ୬ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏହି ମାମଲା ରୁଜୁ କରିବାରେ ଅସଫଳ ହୋଇଛି । ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲୁ )ର ହସ୍ତକ୍ଷେପ ପରେ ପୋଲିସ ମାମଲାର ଏଫ୍‌ଆଇଆର ରୁଜୁ କରିଛି ବୋଲି ମହିଳା ଆୟୋଗ ସୂଚନା ଦେଇଛି ।
ମହିଳା ଆୟୋଗ(ଡିସିଡବ୍ଲୁ )ର ସୂଚନାନୁସାରେ ପିଡ଼ିତାଙ୍କର ସେଠାକାର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପିଡ଼ିତାର ଭାଇ ୨୯ ଜୁଲାଇକୁ ମହିଳା ଆୟୋଗର ହେଲ୍ପଲାଇନ୍ ନମ୍ବର ୧୮୧ରେ କଲ୍ କରି ସାହାଯ୍ୟ ଲୋଡ଼ିଥିଲା । ସେ ଆୟୋଗକୁ ଜଣାଇଥିଲା ଯେ, ଏହି ଘଟଣା ଉପରେ ଏପର୍ଯ୍ୟନ୍ତ ପୋଲିସ ଷ୍ଟେସନ୍‌ରେ କୌଣସି ମାମଲା ରୁଜୁ ହୋଇନାହିଁ । ଦିଲ୍ଲୀ ମହିଳା ଆୟୋଗ କହିଛନ୍ତି ଯେ, “ଖବର ମିିଳିବା କ୍ଷଣି ଡିସିଡବ୍ଲୁର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲୀ ପିଡ଼ିତା ଚିକିତ୍ସିତ ହେଉଥିବା ମେଡିକାଲ ଯାଇ ତାଙ୍କୁ ଦେଖା କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ପିଡ଼ିତା ଜଣକ ବହୁତ ଗୁରୁତର ଅବସ୍ଥାରେ ଅଛନ୍ତି ।”
ଦିଲ୍ଲୀ ମହିଳା ଆୟୋଗର ଟିମ୍ ପିଡ଼ିତା ମହିଳାଙ୍କଠାରୁ ସମ୍ପୂର୍ଣ୍ଣ ବିବୃତ୍ତି ନେଇ ଏସ୍‌ଡିଏମ୍‌ଙ୍କଠାରେ ମାମଲା ରୁଜୁ କରିଛନ୍ତିି । ଆୟୋଗର କହିବାନୂସାରେ ପୋଲିସ ପଛରେ ମାମଲା ରୁଜୁ କରିଛି କିନ୍ତୁ ଏହି ମାମଲାରେ ଏସିଡ୍ ଆକ୍ରମଣ ଧାରାକୁ ଯୋଡ଼ାଯାଇ ନାହିଁ । ଆୟୋଗ ଅନୂସାରେ ସ୍ୱାତୀ ମାଲିବାଲୀ ମାମଲାରେ ଆଇପିସି ଧାରା ୩୨୬ଏ(ଏସିଡ ଆକ୍ରମଣ ପାଇଁ ଦଣ୍ଡ)କୁ ଯୋଡ଼ିବା ପାଇଁ ପୋଲିସକୁ ନୋଟିସ ଦେଇଛନ୍ତି । ଏହା ସହ ନୋଟିସରେ କୁହାଯାଇଛି କି, ଦିଲ୍ଲୀ ମହିଳା ଆୟୋଗ ପିଡ଼ିତାକୁ କୋର୍ଟ ଲଢ଼େଇରେ ସାହାଯ୍ୟ କରିବ ଏବଂ ତାହା ସହ ଦୋଷୀକୁ ଦଣ୍ଡ ଦେବାରେ ସୁନିଶ୍ଚିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking