33.1 C
Bhubaneswar
Sunday, April 28, 2024
Homeଓଡିଶା୧୦ ବର୍ଷର ଅନାଥ ନାବାଳକ ହେମନ୍ତ ବିକୁଛି ପାଉଁରୁଟି

୧୦ ବର୍ଷର ଅନାଥ ନାବାଳକ ହେମନ୍ତ ବିକୁଛି ପାଉଁରୁଟି

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ପାଇକମାଳ ବ୍ଲକ ମିଠାପାଲି ଗ୍ରାପ ଅନ୍ତର୍ଗତ ଲୁକୁପାଲି ଗ୍ରାମର ବିଜୟନଗର ପଡାରେ ୪ବର୍ଷ ହେଲା ବସବାସ କରିଆସୁଥିବା ଅନାଥ ୪ଜଣ ଭାଇଭଉଣୀ ପଦ୍ମନୀ ଧରୁଆ(୨୦),ହେମନ୍ତ ଧରୁଆ(୧୮), ପଦ୍ମା ଧରୁଆ(୧୬) ଓ ହେମନ୍ତ ଧରୁଆ(୧୦) । ପିତା କାଶୀ ଧରୁଆ ୧୦ ବର୍ଷ ହେଲା ମୃତ୍ୟୁ ବରଣ କରି ସାରିଥିବା ବେଳେ ସ୍ବାମୀ ର ମୃତ୍ୟୁ ପରେ ପରେ ସ୍ତ୍ରୀ ତପଶ୍ୱନି ଧରୁଆ ଛୋଟ ଛୁଆ ମାନଙ୍କୁ ଛାଡି କୁଆଡେ ଚାଲି ଗଲେ , ତେବେ ଠୁ ଅସହାୟ ଛୁଆ ମାନେ ବୃଦ୍ଧା ଅଜା ଆଈ ଙ୍କ ପାଖରେ ରହିଆସୁଛନ୍ତି, ଅଜା ଆଈ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏହି ଛୁଆ ମାନଙ୍କର ଲାଳନ ପାଳନ କରିଆସୁଥିଲେ ମାତ୍ର ବୃଦ୍ଧା ଅଜା ଆଈ ଙ୍କ ଅତ୍ୟଧିକ ବୟସ ହେତୁ କିଛି କାମ ଧନ୍ଦା କରିନ ପାରି ଘରେ ପଡ଼ିରହିଛନ୍ତି ତେଣୁ ସୁମନ୍ତ (୧୦) ବାଧ୍ୟ ହୋଇ ପାଉଁରୁଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ,ଦାରିଦ୍ର୍ୟତା କାରଣରୁ ଚାରି ଛୁଆ ଙ୍କ ଶିକ୍ଷାରେ ମଧ୍ୟ ଡୋରି ପଡ଼ିଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳି ନ ଥିବା ସୁମନ୍ତ ଙ୍କ ଅଜା ରାମ ଧରୁଆ ଅଭିଯୋଗ କରିଛନ୍ତି, ଏଣୁ ଶୀଘ୍ର ଉକ୍ତ ଛୁଆ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତ୍ରୋଦୟ ଅନ୍ନ ଯୋଜନା କାର୍ଡ ଟିଏ, ରହିବା ପାଇଁ ଘର ଖଣ୍ଡେ ପ୍ରଦାନ କରିବା ସହ ନାବାଳକ ସୁମନ୍ତଙ୍କ ଶିକ୍ଷା ଉପରେ ସ୍ଥାନୀୟ ପ୍ରଶାସନ ଶୀଘ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking