26.1 C
Bhubaneswar
Friday, March 29, 2024
Homeଅପରାଧକୃଷି ବିଭାଗର ୬୬ ବସ୍ତା ସାର ଚଢ଼ଉ

କୃଷି ବିଭାଗର ୬୬ ବସ୍ତା ସାର ଚଢ଼ଉ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପରାଖୋଲ ବ୍ଲକ ଟଙ୍କପାଣି ଗ୍ରାମରେ ଶନିବାର କୃଷି ବିଭାଗ ଚଢ଼ଉ କରିଛି। ସେଠାରେ ଗଚ୍ଛିତ ଥିବା ୬୬ ବସ୍ତା ସାରକୁ ଜବତ କରିବା ସହ ଗଚ୍ଛିତ ରଖିଥିବା ଷଷ୍ଠ ହଂସ ବେଆଇନ ଭାବେ ଚଢ଼ା ଦରରେ ଚାଷୀମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଶନିବାର ଖପରାଖୋଲ କୃଷୀ ଅଧିକାରୀ ସୁଜିତ ଭୋଇ ଏବଂ ମାଜିଷ୍ଟ୍ରେଟ ଭାବେ ଖପରାଖୋଲ ତହସିଲଦାର ଧୀରଜ ପାତ୍ର ଉକ୍ତ ଦୋକାନରେ ଚଢ଼ଉ କରି ସେଠାରେ ରଖାଯାଇଥିବା ୬୬ ବସ୍ତା ସାରକୁ ଜବତ କରି ଲାଠୋର ପେକ୍ସକୁ ଜିମା ଦେଇଛି। ୬୬ ବସ୍ତା ମଧ୍ୟରେ ୩୬ ବସ୍ତା ୟୁରିଆ, ପଟାସ ୨୦ ବସ୍ତା ଓ ଡିଏପି ସାର ୧୦ ବସ୍ତା ଥିବା ତହସିଲଦାର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking