29.1 C
Bhubaneswar
Saturday, April 27, 2024
HomeUncategorizedଦିଲ୍ଲୀ ନିର୍ବାଚନ ସରଗରମ: ଆପ-ବିଜେପି ମୁହାଁମୁହିଁ

ଦିଲ୍ଲୀ ନିର୍ବାଚନ ସରଗରମ: ଆପ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବେଶ ରୋଚକ ମୋଡ଼ରେ ପହଂଚିଛି । ନିର୍ବାଚନ ସମୟ ଯେତେ ନିକଟତ ହେବାରେ ଲାଗିଛି ବିଜେପି ଓ ଆପ ମଧ୍ୟରେ ବିବାଦ ସେତିକି ବଢ଼ିବାରେ ଲାଗିଛି । ଦୁଇ ଦଳର ଟକରାଟକିରି ଓ ଆରୋପ ପ୍ରତ୍ୟାରୋପ ନିର୍ବାଚନ ରାଜନୀତିକୁ ଉଷ୍ମ କରିଛି । ସିଏକୁ ନେଇ ଜାମଆ-ମିଳିଆ ଇସଲାମସିଆ ୟୁନିଭରସିିଟିର ଛାତ୍ରଛାତ୍ରୀମାନେ ପ୍ରତିବାଦ ଚାଲିଥିଲା ବେଳେ ଜଣେ ଯୁବକ ଗୁଳି ଚଳାଇବା ଓ ଏଥିରେ ଜଣେ ଆହତ ହେବା ଘଟଣା ଏବେ ନିର୍ବାଚନ ରାଜନୀତି ମୋଡ଼ ନେଇଛି । ଏହି ଘଟଣାରେ ଗୁଳି ଚଳାଇଥିବା ଯୁବକକୁ ନେଇ ବିଜେପିକୁ ଆମ ଆଦମି ପାର୍ଟି ଆଙ୍ଗୁଠି ଦେଖାଇଥିଲା ବେଳେ ବିଜେପି ପାଲଟା ଆଙ୍ଗୁଠି ଦେଖାଇଛି । ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ନିର୍ବାଚନୀ ପ୍ରସଙ୍ଗ ପାଲଟିଯାଇଛି । ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘଟଣାରେ ବିଜେପିକୁ ଆକ୍ଷେପ କରି କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦଳ ଛାତ୍ରଛାତ୍ରୀଙ୍କୁ କଲମ ଓ କମ୍ପ୍ୟୁଟର ଦେଉଥିଲା ବେଳେ ଅନ୍ୟ ଦଳ ବନ୍ଧୁକ ଓ ଘୃଣାଭାବ ଜାଗ୍ରତ କରାଉଛନ୍ତି । ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଜାମିଆ-ମିଲିଆ ଇସଲାମିଆ ଛାତ୍ରଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କେଜରିୱାଲ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଭୋଟ ଦେବା ସମୟରେ ସେମାନେ ଭାବିଚିନ୍ତି ନିଜ ନିଜର ସୁଚିନ୍ତତ ମତ ସାବ୍ୟସ୍ତ କରିବା ଆବଶ୍ୟକ । ଯେତେବେଳେ ତାଙ୍କ ସରକାର ପିଲାଙ୍କୁ କଲମ ଦେଉଛନ୍ତି ସେତେବେଳେ ଅନ୍ୟ ଦଳ ବନ୍ଧୁକ ଦେଇଛନ୍ତି । ସେମାନେ ପିଲାଙ୍କୁ କଲମ, କମ୍ପ୍ୟୁଟର ଦେବା ସହ ସ୍ୱାବଲମ୍ବି ହେବା ପାଇଁ ସ୍ୱପ୍ନ ଦେଖିବାକୁ ପ୍ରୋତ୍ସାହିତ କରୁଥିଲା ବେଳେ ଅନ୍ୟ ଦଳ ପିଲାଙ୍କୁ ଭୁଲ ବାଟରେ ପରିଚାଳିତ କରୁଛନ୍ତି । ଏଣୁ ଆପଣଙ୍କ ପିଲାମାନଙ୍କୁ ଯେଉଁମାନେ ଭୁଲ ବାଟରେ ପରିଚାଳିତ କରୁଛନ୍ତି ସେମାନଙ୍କ ପ୍ରତି ସତର୍କ ରହି ଆସନ୍ତା ୮ ତାରିଖରେ ଉଚିତ ଜବାବ ଦେବାକୁ କେଜରିୱାଲ ଆହ୍ୱାନ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜାମିଆ ମିଲିଆ ଇସଲାମିଆ ଛାତ୍ରଙ୍କ ଉପରକୁ ଉତ୍ତରପ୍ରଦେଶର ଦ୍ୱାଦଶ ଶ୍ରେଣୀ ପଢ଼ୁଥିବା ୧୭ ବର୍ଷର ଜଣେ ଛାତ୍ର ଗୁଳି ଚଳାଇଥିଲା । ଏହି ଘଟଣାକୁ ନେଇ ଆମ ଆଦମି ପାର୍ଟି ଅଭିଯୋଗ କରିଥିଲା ଯେ, ଗୁଳି ଚଳାଇଥିବା ଏହି ନାବାଳକକୁ ବିଜେପି ସୁରକ୍ଷା ଦେଉଛି । ଯାହା ଫଳରେ କି ପୁଲିସ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ନେଲାନାହିଁ । କାରଣ ବନ୍ଧୁକଧରି ଛାତ୍ର ଜଣକ ଚାଲି ଚାଲି ଆସିବା ସମୟରେ ପୁଲିସ ଅଟକାଇ ନ ଥିଲା ।
କେଜରିୱାଲ କହିଛନ୍ତି ଲୋକଙ୍କ ବିକାଶ ପାଇଁ କାମ କଲାବେଳେ ତାଙ୍କ ସରକାର କେବେହେଲେ ରାଜନୀତିକ ଚିନ୍ତାଧାରା ନେଇ କାର୍ଯ୍ୟ କରେନାହିଁ କି ପାତର ଅନ୍ତର କରେନାହିଁ । ଦେଶ ସ୍ୱାଧୀନତାର ପ୍ରଥମଥର ପାଇଁ ଲୋକେ ଭଲ ସ୍କୁଲ, ହସ୍ପିଟାଲ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଭୋଟ ଦେବାକୁ ଯାଉଛନ୍ତି । ଲୋକେ ଆମକୁ ଦେଖୁଛନ୍ତି ଓ ଆମ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ସେମାନେ ଉଚିତ ମତ ପ୍ରଦାନ କରିବେ ବୋଲି କେଜରିୱାଲ କହିଛନ୍ତି । ବିଜେପି ହାତରେ ପୁଲିସଠାରୁ ଆରମ୍ଭ କରି ସବୁ ଥିଲେ ମଧ୍ୟ ଲୋକେ ତାଙ୍କ ମତ ଖୋଲାଖୋଲି ଦେବେ ଏହି ଆଶା ସେ କରିଛନ୍ତି ।
ଅନ୍ୟପଟରେ ବିଜେପିର ଦିଲ୍ଲୀ ମୁଖ୍ୟ ମନୁସ ତିୱାରୀ ପାଲଟା ଅଭିଯୋଗ ଆପ ଉପରେ ଆଣିଛନ୍ତି । ଗୁଳି ଚଳାଇଥିବା ଛାତ୍ର ଆପର ସମର୍ଥକ ହୋଇପାରନ୍ତି ପାରନ୍ତି ବୋଲି ଆକ୍ଷେପ କରିଛନ୍ତି । ଯେକୌଣସି ବ୍ୟକ୍ତି ନିଜକୁ ବିଜେପିର ସମର୍ଥକ ବୋଲି ଦାବି କରିପାରେ । କିନ୍ତୁ ଏଥିରେ କାହାକୁ ମନା କରି ହେବନାହିଁ । ହେଲେ ସେ ବିଜେପିର ବୋଲି ନିର୍ଦ୍ଦିଷ୍ଟ ଭାବରେ ପ୍ରମାଣ କରିପାରିବେ ନାହିଁ ବୋଲି ଶ୍ରୀ ତିୱାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking