34.1 C
Bhubaneswar
Friday, March 29, 2024
Homeଓଡିଶାଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ପରିଦର୍ଶନ କଲେ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ...

ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ପରିଦର୍ଶନ କଲେ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର

ମୟୂରଭଞ୍ଜ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିରର ଉନ୍ନତିକରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଆର୍ଥିକ ସହାୟତା ଘୋଷଣାକୁ ଜିଲ୍ଲାବାସୀଙ୍କ ସହିତ ସେବାୟତମାନେ ସ୍ୱାଗତ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଜିଲ୍ଲାରେ ଖେଳାଇ ଥିଲା ଆନନ୍ଦର ଲହରୀ । ତେବେ ଗତମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିରର ଉନ୍ନତି କରଣ ନିମନ୍ତେ ପାଞ୍ଚ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଏବେ ତାର ପ୍ରଭାବ ଦେଖିବାକୁ ମିଳିଛି। ଯଥାଶୀଘ୍ର ଏହାର କାର୍ଯ୍ୟକାରୀ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ବିନିଥ ଭରଦ୍ୱାଜ । ଆଜି ଜିଲ୍ଲାପାଳ , ପୂର୍ତ୍ତ ବିଭାଗ , ମୁନ୍ସୀପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଦେବତ୍ତର ବିଭାଗର ଅଧିକାରୀ ଆସି ପହଞ୍ଚିଥିଲେ ମନ୍ଦିରରେ । ମନ୍ଦିରର ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ମନ୍ଦିରର ଉନ୍ନତି କରଣ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିକ୍ରମାଥିଲେ । ତେବେ ପ୍ରାରମ୍ଭିକ ପର‌୍ୟ୍ୟାୟରେ ନାଗରା ଭାଡ଼ିର ଉନ୍ନତିକରଣ , ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ,ଜଳ ନିଷ୍କାସନର ବ୍ୟବସ୍ଥା , ମନ୍ଦିରରେ ଉନ୍ନତ ମାନର ମାର୍ବଲ ଲଗାଇବା , ମଦିର ବେଢ଼ାରେ ଥିବା ଛୋଟ ଛୋଟ ମନ୍ଦିରର ଉନ୍ନତିକରଣ ତଥା ଅନ୍ନପ୍ରସାଦ ପ୍ରସ୍ତୁତ ଗୃହର ଉନ୍ନତିକରଣ ବିଷୟରେ ଆଲୋଚନା କରିବା ସହିତ ଝୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ ଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking