28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୩୫ ଟପିଲା

ଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୩୫ ଟପିଲା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ୩୫ ଜଣଙ୍କର ଏଯାବତ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା, ମଉଜପୁର ଏବଂ କରଓ୍ୱାଲ ନଗରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ରାତି ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ରହିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଥିବା ଜଣାଯାଇଛି । ତେବେ ଆଜି ପରିସ୍ଥିତି ଶାନ୍ତ ଥିବାର ସୂଚନା ମିଳିଛି ।
ଦିଲ୍ଲୀ ପୁଲିସ ୧୮ଟି ଏତଲା ରୁଜୁ କରିଛି, ୧୦୬ ଜଣଙ୍କୁ ଗିରଫ କରିଛି । ଆଗକୁ ଏହି ହିଂସା ମାମଲାରେ ଅନେକ ଗିରଫ ହେବେ । ସିସିଟିଭି ଫୁଟେଜ ଆଧାରରେ ହିଂସାକାରୀଙ୍କ ବିରୋଧରେ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ହିଂସା ଘଟଣାରେ ଏଯାବତ ୩୫ ଜଣଙ୍କର ମୃତ୍ୟୁ ହୋଇଛି ।
https://onakhabar.com/2020/02/26/delhi-caa-violence-23-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking