27.1 C
Bhubaneswar
Tuesday, May 7, 2024
Homeଓଡିଶାଦୀପିକା-ଦିନେଶ ମାମଲା: ମହିଳା କମିଶନ ଦ୍ୱାରସ୍ଥ ହେଲେ ଦୀପିକା, ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୧୪ରେ

ଦୀପିକା-ଦିନେଶ ମାମଲା: ମହିଳା କମିଶନ ଦ୍ୱାରସ୍ଥ ହେଲେ ଦୀପିକା, ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୧୪ରେ

ଭୁବନେଶ୍ୱର : ବ୍ରହ୍ମପୁର ଦୀପିକା ଦିନେଶ ବିବାଦ ମାମଲାରେ ନ୍ୟାୟ ପାଇଁ ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ସୋମବାର ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । କେ ଦୀପିକା ନିଜର ଅଧିକାର ଓ ଛୁଆକୁ ବାପାର ହକ ଦାବିରେ ଦିନେଶଙ୍କ ଘର ଆଗରେ ୪୮ଦିନ ହେଲା ଦୀପିକା ଧାରଣା ଦେଇଥିଲେ ।ହେଲେ ଦିନେଶଙ୍କ ପରିବାରବର୍ଗ ଘର ଫାଟକରେ ତାଲା ପକାଇ କୁଆଡେ ଼ଚାଲିଯାଇଛନ୍ତି । ସୂଚନା ମୁତାବକ, ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଦେଶୀ ବେହେରାସାହିରେ ଦିନେଶଙ୍କ ଘର ଆଗରେ ଦୀର୍ଘ ୪୮ ଦିନ ହେଲା ଦୀପିକା ଧାରଣା ଦେଇଥିଲେ । ମଙ୍ଗଳବାର ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଡକାଇଥିବାବେଳେ ହାଜର ହୋଇଛନ୍ତି ବ୍ରହ୍ମପୁରର କେ.ଦୀପିକା । ପ୍ରେମିକ ଦିନେଶ ମହିଳା କମିଶନରେ ହାଜର ହୋଇନଥିଲେ । ଦିନେଶ ମହିଳା କମିଶନରେ ହାଜର ନହେବାରୁ ତାଙ୍କୁ ନୋଟିସ କରାଯାଇଛି ।

ତେବେ ୪୮ ଦିନ ହେଲା କିଛି ସମାଧାନର ବାଟ ବାହାରିନଥିବା ବେଳେ ଆଜି କିଛି ସମାଧାନ ହେବା ନେଇ ଅନୁମାନ କରାଯାଉଥିଲା ।
ଏ ନେଇ ଦୀପିକା କହିଛନ୍ତି ଯେ , “ଯେଉଁଭଳି ଭାବରେ ନିର୍ଯାତନା ଦିଆଯାଇଛି, ମିଛ ପ୍ରତାରଣା କରାଯାଇଛି ସେ ନେଇ ସମସ୍ତ ପ୍ରମାଣ ଦିଆଯାଇଛି । କିନ୍ତୁ କେଉଁଠି ବି ନ୍ୟାୟ ମିଳିପାରିଲା ନାହିଁ । ତେବେ ଆଶା ରହିଛି ଯେ ମହିଳା କମିଶନ ନ୍ୟାୟ ଦେବେ । ଛୁଆକୁ ବାପାର ହକ୍ ଏବଂ ସ୍ତ୍ରୀକୁ ସ୍ୱାମୀର ଅଧିକାର ଦେବେ ।’ ସେପଟେ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ସେମାନେ ଚୋର ଭାବରେ ଲୁଚିଛନ୍ତି । ଆଜି ମହିଳା କମିଶନ ଡାକିଥିଲେ କିନ୍ତୁ ଦିନେଶ ଆସିଲେ ନାହିଁ ।

ଆଗକୁ ଧାରଣାରେ ବସିବୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ । ଅନ୍ୟପକ୍ଷରେ ମହିଳା କମିଶନ ଆୟୋଗର ସଦସ୍ୟା ଆରତୀ ସିଂହ କହିଛନ୍ତି , ” ଆଜି ଦୀପିକା ଏବଂ ଦିନେଶଙ୍କ ତାରିଖ ରହିଥିଲା । ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ମଧ୍ୟ ଦିନେଶ ଆସିନାହାନ୍ତି । ତେଣୁ ଥାନା ମାଧ୍ୟମରେ ଦିନେଶଙ୍କ ପାଖକୁ ପୁଣିଥରେ ନୋଟିସ କରାଯାଇଛି । ଯଦି ଉଭୟ ପକ୍ଷ ଆସିଲେ ବସିଲେ ସମସ୍ୟାର ସମାଧାନ ହୋଇପାରିବ । ପରବର୍ତ୍ତୀ ତାରିଖ ୧୪ ଅକ୍ଟୋବରରେ ହାଜର ହେବାକୁ କୁହାଯାଇଛି । ଘଟଣାରେ ଜିଲ୍ଲା ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking