33.1 C
Bhubaneswar
Saturday, April 27, 2024
Homeଓଡିଶାସ୍କୁଲ ଖୋଲିଲେ ପାଠ୍ୟକ୍ରମ କେତେ ପ୍ରତିଶତ କମ୍ କରାଯିବ, ନିଷ୍ପତ୍ତି ନିଆଯିବ : ବିଦ୍ୟାଳୟ ଓ...

ସ୍କୁଲ ଖୋଲିଲେ ପାଠ୍ୟକ୍ରମ କେତେ ପ୍ରତିଶତ କମ୍ କରାଯିବ, ନିଷ୍ପତ୍ତି ନିଆଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସମଗ୍ର ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ରାଜ୍ୟରେ ମଧ୍ୟ ଏହାର ଭୟାବହତା ସୃଷ୍ଟି ହୋଇଗଲାଣି । କରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । ଅଗଷ୍ଟ ୩୧କୁ ଖୋଲିବ ବୋଲି କୁହାଯାଇଛି । କିନ୍ତୁ ଖୋଲିବ କି ନାହିଁ ତାହା ସେତେବେଳେର ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିବ ।
ସିବିଏସଇ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯିବ ବୋଲି କୁହାଯାଇଥିଲା । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ , ସିବିଏସଇ ନିଷ୍ପତ୍ତି ଉପରେ ବିଚାର କରାଯିବ । ଅଗଷ୍ଟ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଗଷ୍ଟରେ ସ୍କୁଲ ଖୋଲିବ କି ନାହିଁ ସେତେବେଳର ସ୍ଥିତିକୁ ଦେଖିଲେ ଜଣାପଡ଼ିବ । ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଖାଲି ୩୦ ପ୍ରତିଶତ ନୁହେଁ ତା’ଠାରୁ ମଧ୍ୟ କମ୍ ହୋଇପାରେ ପାଠ୍ୟକ୍ରମ ଖସଡ଼ା । ଯେତେବେଳ ପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ , ସେତେବେଳ ଯାଏଁ କୌଣସି ନିଷ୍ପତ୍ତି ନେବା ଠିକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking