30.1 C
Bhubaneswar
Friday, April 26, 2024
Homeକରୋନାବଡ଼ ମେଡ଼ିକାଲରେ ଚାଲିଛି ବିଶୋଧନ କାର୍ଯ୍ୟ

ବଡ଼ ମେଡ଼ିକାଲରେ ଚାଲିଛି ବିଶୋଧନ କାର୍ଯ୍ୟ

କଟକ : କଟକ ସ୍ଥିତ ଏସସିବି ବଡ଼ ମେଡ଼ିକାଲରେ ଚାଲିଛି ବିଶୋଧନ କାର୍ଯ୍ୟ । ଏହି ବିଶୋଧନ କାର୍ଯ୍ୟ ପାଇଁ ୪ଟି ଅଗ୍ନିଶମ ଗାଡ଼ି ଓ ୩୦ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ହୋଇ ଛନ୍ତି । ଲଗାତର ଭାବେ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଏବେ ଡ଼ାକ୍ତରଖାନାକୁ ସାନିଟାଇଜ ଆରମ୍ଭ କରାଯାଇଛି।
କଟକ ଏସସିବି ମେଡ଼ିକାଲରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋଲେସନ ଓ୍ୱାର୍ଡରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ରାପିଡ୍ ଟେଷ୍ଟ ମାଧ୍ୟମରେ ଅନ୍ୟ ବିଭାଗରୁ ଅନ୍ୟ ୩ ଜଣ ଚିହ୍ନଟ ହୋଇଛନ୍ତି। ଶିଶୁଭବନରୁ ମଧ୍ୟ ଜଣେ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ସିଏମ୍‌ସି ଅଞ୍ଚଳରୁ ମଧ୍ୟ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ସରକାରୀ କ୍ୱାରେଣ୍ଟିନ୍, ଜଣେ ହୋମ୍ କ୍ୱାରେଣ୍ଟିନ୍ ଓ ଆଉ ଏକ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking