36.1 C
Bhubaneswar
Thursday, May 2, 2024
Homeଓଡିଶାଟେଲିଗ୍ରାମ୍ ମଧ୍ୟମରେ ଲୋକଙ୍କୁ ଠକିବା ପଡିଲା ମହଙ୍ଗା, ୪ ଗିରଫ

ଟେଲିଗ୍ରାମ୍ ମଧ୍ୟମରେ ଲୋକଙ୍କୁ ଠକିବା ପଡିଲା ମହଙ୍ଗା, ୪ ଗିରଫ

ଭୁବନେଶ୍ୱର: ପ୍ରଥମେ ହ୍ୱାଟସ୍‌ଆପରେ ମେସଜ୍ କରୁଥିଲେ । ଚାକିରିର ଅଫର ଦେବା ସହ ମିଠା ମିଠା କଥା କହି ଅନଲାଇନ ମଧ୍ୟମରେ କିଭଳି ଘରେ ବସି ଦିନରେ ୫ରୁ ୧୦ ଟଙ୍କା ରୋଜଗାର କରିବେ ସେନେଇ ଲୋଭ ଦେଖାଉଥିଲେ ।ଏହା ପରେ ଯଦି କିଏ ରାଜି ହେଉଥିଲେ ସେଥିରେ କାମ କରିବା ପାଇଁ ତାଙ୍କୁ ଟେଲିଗ୍ରାମର ଲିଙ୍କ୍ ଦେଇଥିଲେ ସେଥିରେ କ୍ଲିକ୍ କଲା ପରେ ଗୋଟିଏ ଟେଲିଗ୍ରାମ୍ ଗ୍ରୁପରେ ଆଡ କରୁଥିଲେ । ପ୍ରଥମେ ଲୋକଙ୍କୁ ସହଜ ସହଜ ଟ୍ୟାକ୍ସ ଦେଉଥିଲେ ଆଉ ସେଥିରୁ କିଛି ଦିନ ପର୍ଯ୍ୟନ୍ତ ଭଲ ରିଟର୍ଣ୍ଣ ଦେଇ ପ୍ରଥମେ ଲୋଙ୍କ ବିଶ୍ୱାସ ଜିତୁଥିଲେ ଏହି ସାଇବର ଲୁଟେରା । ଏଭଳି କରି ଲୋକଙ୍କ ବିଶ୍ୱାସ ଜିତିଲା ପରେ ସେଥିରେ ଇନଭେଷ୍ଟ୍ କରିବାକୁ କହୁଥିଲେ । ଯାହା ଫଳରେ ଲୋକଙ୍କ ଅଧିକ ୨୦ରୁ ୨୫ ପ୍ରତିଶତ ସୁଧା ପାଇବା ଆସାରେ ଏଥିରେ ନିବେଶ କରୁଥିଲେ । ଲକ୍ଷ ଲକ୍ଷ ଟଙ୍କା ଏଥିଲେ ନିବେଶ କରିବା ପରେ, ଆଉ ଉକ୍ତ ନିବେଶକମାନଙ୍କ ସହ କୈଣସି ଯୋଗାଯୋଗ କରୁନଥିଲେ ସାଇବାର ଲୁଟେରା । ସୂଚନା ମୁତାବକ ଏହି ଭଳି ଘଟଣାରେ ଶିକାର ହେବା ପରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖା, ଗତ ୧୧ ତାରିଖରେ ଏନେଇ ସାଇବର ଥାନାରେ ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ୪ ସାଇବର ଠକଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫମାନେ ହେଲେ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ ତୃପ୍ତି ରଞ୍ଜନ ପାତ୍ର (୩୧), ତାଙ୍କ ସ୍ତ୍ରୀ ବନଲତା ସାହୁ(୨୭), ବଲାଙ୍ଗୀରର ମାନସ ରଞ୍ଜନ ସୁନା (୩୪) ଏବଂ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ(୨୪) । ଟେଲିଗ୍ରାମ ଜରିଆରେ ସାଧାରଣ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଠକୁଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଚୂନା ଲଗାଇଥିଲେ ଏହି ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ କମିଶନରେଟ ପୁଲିସ ଗିରଫ କରିବା ପରେ ତାଙ୍କ ଠାରୁ ୪୬ଟି ମ୍ୟୁଲ ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ମଧ୍ୟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking