27.1 C
Bhubaneswar
Friday, May 10, 2024
Homeଓଡିଶାଅଧ୍ୟାପକ ସୂର୍ଯ୍ୟମଣି ଦାସ ଙ୍କ ପରଲୋକ

ଅଧ୍ୟାପକ ସୂର୍ଯ୍ୟମଣି ଦାସ ଙ୍କ ପରଲୋକ

ଜୁନାଗଡ଼ : ଜୁନାଗଡ଼ ପି ଆଇ ମହା ବିଦ୍ୟାଳୟ ର ପୂର୍ବତନ ଇଂରାଜୀ ଅଧ୍ୟାପକ ସୂର୍ଯ୍ୟମଣି ଦାସ ଙ୍କ ସମ୍ବଲପୁର ସ୍ଥିତ ନିଜ ବାସ ଭବନରେ ଅକାଳ ବିୟୋଗ ହୋଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା l ସେ ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ସୋଇ ଚିକିତ୍ସିତ ହେଉଥିଲେ l ଅଧ୍ୟାପକ ଦାସ ଜୁନାଗଡ଼ ପି ଆଇ କଲେଜ ରେ ୧୯୮୭ ମସିହାରୁ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ଏବଂ ଏହି ଅଂଚଳରେ ଜଣେ ଛlତ୍ର ବତ୍ସଳ ଏବଂ ଅଭିଜ୍ଞ ଶିକ୍ଷାବିତ ଭାବେ ବେଶ ପରିଚିତ ଥିଲେ l ଏହାପରେ ୧୯୧୮ ମସିହାରେ ବୁର୍ଲା ସ୍ଥିତ ଏନ ଏ ସି ମହାବିଦ୍ୟାଳୟ ଠାରେ ଇଂରାଜୀ ରିଡର ଭାବେ କାର୍ଯ୍ୟ କରୁଥିଲେ l ତାଙ୍କ ଅକାଳ ବିୟୋଗରେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର, ପତିଷ୍ଠାତା ସଦସ୍ୟ ଲୟନ ମାଣିକ ଚାନ୍ଦ ଅଗ୍ରୱାଲ , ଶିକ୍ଷାବିତ ତ୍ରିଲୋଚନ ସିଂ ବେଲଦାର , ଜୁନାଗଡ଼ ପି ଆଇ କଲେଜ ର ପୂର୍ବତନ ଅଧ୍ୟକ୍ଷ ବିଭୁତି ପଣ୍ଡା, ବିଭୁତି ମେହେର, ଅଧ୍ୟକ୍ଷ ଅରୁପlନନ୍ଦ ନାଗ, ଅଧ୍ୟାପକ ସରୋଜ କୁମାର ଠାକୁର, ପ୍ରିୟବ୍ରତ ବାଣୁଆ, ସମିର ସାହୁ ଏବଂ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସତଗତି କାମନା କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking