32.1 C
Bhubaneswar
Thursday, May 2, 2024
Homeଓଡିଶାଛାଡ଼ୁନି କରୋନା ଭୟ, ଡ଼ରାଉଛି ବାତ୍ୟା ୟସ

ଛାଡ଼ୁନି କରୋନା ଭୟ, ଡ଼ରାଉଛି ବାତ୍ୟା ୟସ

*ବାରିପଦା – ବାତ୍ୟା “ୟସ୍” ର ପ୍ରଭାବକୁନେଇ ୟୋଲୋ ୱ‍ର୍ଣ୍ଣିଂରେ ରହିଛି ମୟୁରଭଞ୍ଜ ଜିଲ୍ଲା। ତେବେ ଜିଲ୍ଲାର ମୋରଡ଼ା, ଶୁଳିଆପଦା, ରାସଗୋବିନ୍ଦପୁର, ବେତନଟୀ, ବଡ଼ସାହି, ଉଦଳା ଓ କପ୍ତିପଦା ବ୍ଲକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି। ଯାହାକୁନେଇ ଏବେ ଲୋକଙ୍କ ମନରେ ଭୟ ବଢାଇ ଦେଇଛି। ବାତ୍ୟାର ତୀବ୍ରତା କେମିତି ରହିବ ଏବଂ କିଭଳି ପରିସ୍ଥିତି ସୃଷ୍ଟି ହେବ କେହି କିଛି ଆକଳନ କରି ପାରୁନାହାନ୍ତି। ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆଗୁଆ ପସ୍ତୁତିରେ ଲାଗି ପଡିଛି ଜିଲ୍ଲା ପ୍ରଶାସନ। ତେବେ ଆଜି ମଧ୍ୟାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଯାହା କରୋନା ଠାରୁ ଲୋକଙ୍କ ମନରେ ଅଧିକ ଛନକା ସୃଷ୍ଟି କରିଛି ବାତ୍ୟା ୟସ। ସେହିପରି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପରିଦରଶନ କରିବା ସହିତ ନିଜେ ସମସ୍ତ ବ୍ୟବସ୍ଥା ପରଖି ଦେଖିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ବିଜୁଳି, ଡାକ୍ତର, ଔଷଧ ସୁବିଧା ସହିତ ବାତ୍ୟା ବିପନ୍ନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଏବେ କରୋନାର ପ୍ରଭାବଜାରୀ ରହିଥିବାରୁ ସାମାଜିକ ଦୁରତ୍ୱ ବଜାୟ ରଖିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଅଧିକ ଆଶ୍ରୟସ୍ଥଳୀର ଆବଶ୍ୟକ ହେଉଥିବାରୁ ଜିଲ୍ଲାର ଆହୁରି ଅନେକ ଗୁଡିଏ ସ୍କୁଲ ଓ ସରକାରୀ ଅଫିସକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ପ୍ରସ୍ତୁତ କରାଯିବାର ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଯୋଉଥିପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୪୧୨ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଏଥିସହିତ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକ ବେଳେ ତୁରନ୍ତ ହସ୍ପିଟାଲ ନେବା ପାଇଁ ସ୍ୱତନ୍ତ୍ର ଅ‍ମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

: ବିନୀତ ଭରଦ୍ୱାଜ (ମୟୁରଭଞ୍ଜ ଜିଲ୍ଲାପାଳ) କହିଛନ୍ତି,
ସେପଟେ ଜିଲ୍ଲାରେ ଗୋଟିଏ ଏଣ୍ଡିଆରଏଫ ଟିମ ପହଞ୍ଚିଥିବା ବେଳେ ଜିଲ୍ଲାର ବାରିପଦା ଓ ଉଦଳା ସବଡ଼ିଭିଜନରେ ଓଡ୍ରାଫ ଟିମକୁ କରୋନା ମହାମାରୀ ସହିତ ବାତ୍ୟା ୟସର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। ବିଶେଷ କରି କରୋନା ଆକ୍ରାନ୍ତଙ୍କ ପାଇଁ ଅତ୍ୟାବଶ୍ୟକୀୟ ଅମ୍ଳଜାନ ଭଳି ଜରୁରୀସେବା ଅସ୍ଥାୟୀ ଶିବିରକୁ ପହଞ୍ଚାଇବା ପାଇଁ ରାସ୍ତାଘାଟରୁ ଗଛଡାଳକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଷ୍କାର କରିବା ଉପରେ ଗୁରୁତ୍ଵ ଦେବା କଥା ପ୍ରକାଶ କରିଛନ୍ତି ଓଡ୍ରାଫ ଟିମ।
: ତାପସ ରାଉତ, ଓଡ୍ରାଫ ମୁଖ୍ୟ, ବାରିପଦା ଟିମର କହିିିଛନ୍ତି,
ବାତ୍ୟା ଲାଗି ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆଶ୍ରୟସ୍ଥଳୀ ଗୁଡିକରେ ସାମାଜିକ ଦୁରତ୍ୱ ବଜାୟ ରଖିବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବାତ୍ୟାରୁ ବଞ୍ଚିବାକୁଯାଇ କରୋନାରେ ପିଡୀତ ହେବାର ଡର ଏବେ ଅଧିକ ଚିନ୍ତାରେ ପକାଇ ଥିବାବେଳେ ଏହା ପ୍ରସାଶନ ଲାଗି ଏକ ନୂଆ ଚ୍ୟାଲେଞ୍ଜ ହୋଇଛି।

ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking